ଆଶ୍ୱସ୍ତି ଫଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳନ
ତା ୦୮.୦୩.୨୦୨୬ ରିଖ ଶନିବାର ଦିନ ଆଶ୍ୱସ୍ତି ଫାଉଣ୍ଡେସନ ଟ୍ରଷ୍ଟ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ବିଶେଷ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ମିସ ୟୁନିଭର୍ସ ଫିଟନେସ ଏବଂ ମିସ ଇଣ୍ଡିଆ ଫିଟନେସ ଭାବେ ସମ୍ମାନିତ ହୋଇ ଥିବା ମଧୁସ୍ମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ଆଇନଜୀବୀ ତପସ୍ଵିନୀ ସ୍ୱାଇଁ ସଭାରେ ଉପସ୍ଥିତ ଥିଲେ। ଅନୁଷ୍ଠାନର ମାନଦଣ୍ଡ ତଥା ସଂଗଠନର ଟ୍ରଷ୍ଟି ମିତା ପଣ୍ଡା ଉକ୍ତ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଉକ୍ତ ସଭାରେ ସମାଜରେ ନାରୀର ସ୍ଥାନ, ମର୍ଯ୍ୟାଦା, ସ୍ଵାଧୀନତା ଏବଂ ଅଧିକାର ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ଥିଲା।

ନାରୀ ସଶକ୍ତିକରଣ ବିଷୟରେ ସଂଗଠନର ସମ୍ପାଦିକା ଆଇନଜୀବୀ ଶ୍ରୀମତୀ ଗିରିଜା ମଞ୍ଜରୀ ପଣ୍ଡା ଶ୍ରୋତା ମାନଙ୍କୁ ଉଦବୋଧନ ଦେଇଥିଲେ। ଅନୁଷ୍ଠାନର ପ୍ରମୁଖ ସଦସ୍ୟା ମଧୁସ୍ମିତା ମହାନ୍ତି, ଶାଶ୍ଵତୀ ହୋତ୍ତା, ଅଙ୍କିତା ପତି, ମୋମିତା ମିଡ୍ଡେ, ମୋନାଲିସା ଶ୍ରୀଚନ୍ଦନ, କୁମକୁମ୍ ମିଶ୍ର, ସୋନାଲି ମିଶ୍ର, ସ୍ନେହା ବିଶ୍ଵାଳ, ପୂର୍ଣ୍ଣିମା ଲେଙ୍କା ଏବଂ ବହୁ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ମାନେ ମିଶି କାର୍ଯ୍ୟକ୍ରମ ଟିକୁ ବହୁ ଶୃଙ୍ଖଳାର ସହ ଆଗେଇ ନେଇ ଥିଲେ। କାର୍ଯ୍ୟକ୍ରମ ଶେଷରେ ସଂଗଠନର ପ୍ରମୁଖ ସଦସ୍ୟା ସଂଯୁକ୍ତା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଟିକୁ ଶେଷ କରିଥିଲେ।
