ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦଯାପିତ
ଜଗତସିଂହପୁର ଜଳ ଜଳ ସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନର ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଜଗତସିଂହପୁର ଜିଲ୍ଲା ମଣିଜଙ୍ଗା ଠାରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ,ସମ୍ମାନନୀୟ ଅତିଥି ଭାବରେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଜୀବନ ଜ୍ୟୋତି ସେନ, ମହାନଦୀ ସାଉଥ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ରାଜେଶ ଚନ୍ଦ୍ର ମହାନ୍ତି, ଇଂ ନରେନ୍ଦ୍ରନାଥ ଜେନା,ଏସଡିଓ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ କୃଷକ ସଶକ୍ତି କରଣ ସହିତ କେନାଲ ଜଳର ସୁବଣ୍ଟନ ବାବଦରେ ବକ୍ତବ୍ୟ ରଖିଥିଲେ । ଗତ ଜାନୁଆରୀ ୧୬ ତାରିଖ ଠାରୁ ଜାନୁଆରୀ ୩୦ତାରିଖ ପର୍ଯ୍ୟନ୍ତ ପାଳନ ହେଉଥିବା ଏହି ପାଣି ପଞ୍ଚାୟତ ପକ୍ଷ ଆଜି ମଣିଜଙ୍ଗା ଜଳ ସମ୍ପଦ କାର୍ଯ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି । ପରେ ବିଭାଗ ପକ୍ଷରୁ ସଫଳ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ରୀତା ସାହୁ reporter
