ଶତ ପ୍ରତିଶତ ଦୁଇ ପର୍ଯ୍ୟାୟ ଟୀକା ନେବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା

ପୁରୀ ଜିଲ୍ଲାରେ ୮୨ ପ୍ରତିଶତ ଲୋକ ପ୍ରଥମ ପର୍ଯ୍ୟାୟ ଓ ୫୪ ପ୍ରତିଶତ ଲୋକ ଦ୍ଵିତୀୟ ପର୍ଯ୍ୟାୟ ଟୀକା ନେଇଛନ୍ତି।କିନ୍ତୁ ଗ୍ରାମାଞ୍ଚଳରେ କିଛି ବ୍ୟକ୍ତି କୋଭିଡ ଟୀକା ନେବାକୁ ନାରାଜ ହେଉଛନ୍ତି।ଯାହାଫଳରେ ଜିଲ୍ଲାରେ ଟିକାଦାନ ପ୍ରକ୍ରିୟା ଯେଭଳି ଅଗ୍ରଗତି ହେବା କଥା ତାହା ହୋଇପାରିନାହିଁ।ପ୍ରତି ଗାଁରେ କ୍ୟାମ୍ପ କରାଯାଉଛି।ତେଣୁ ସମଗ୍ର ଜିଲ୍ଲାବାସୀ ସମ୍ପୂର୍ଣ୍ଣ ସହଯୋଗ କରି ଶତ ପ୍ରତିଶତ ଦୁଇ ପର୍ଯ୍ୟାୟ ଟୀକା ନେବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।

Leave a Reply

Your email address will not be published. Required fields are marked *