ସୁନ୍ଦୁରିଆ ଠାରେ ଠେଙ୍ଗିଆ ମଠ ରାଧା କୃଷ୍ଣ ଦୋଳ ମିଳନ ଅନୁଷ୍ଠିତ!

-ସୁନ୍ଦୁରିଆ ଠାରେ ଠେଙ୍ଗିଆ ମଠ ରାଧା କୃଷ୍ଣ ଦୋଳ ମିଳନ ଅନୁଷ୍ଠିତ!
ଧର୍ମଶାଳା =-ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସୁନ୍ଦୁରିଆ ପଂଚାୟତ ଠାରେ ରାଧା କୃଷ୍ଣ ଜିୟୁ ମିଳନ ଅନୁଷ୍ଠିତ ହୋଇଯାଇଛି।ଏହି ମିଳନରେ ୨୦ରୁ ଉର୍ଦ୍ଧ ବିମାନ ଆସିଥିବା ବେଳେ ହଜାର ହଜାର ଲୋକଙ୍କ ଜନସାମାଗମ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରସାସନ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା।ମିଳନ କମିଟି ତରଫରୁ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ସମସ୍ତ ବିମାନ ବାଜା ବାଣ ରାେସଣି କୀର୍ତ୍ତନ କରି ମିଳନ ପଡିଆକୁ ଆସିଥିଲେ।କମିଟି ତରଫରୁ ସରପଂଚ ନିର୍ମଳ କୁମାର ଦାସ, ସଭାପତି ପଦ୍ମ ଲୋଚନ ପରିଡା, ସଂପାଦକ ରଶ୍ମି ରଞନ ପରିଡା, କୁଳମଣୀ ସେଠୀ,ମୋହନ ବେହେରା, ଶରତ ପରିଡା,ଜୀବନାନନ୍ଦ ପରିଡା, ଅମୂଲ୍ୟ ବାରିକ,ସୁବ୍ରତ ଜେନା,ହେମନ୍ତ ଜେନା,ପ୍ରଫୁଲ୍ଲ ସାମଲ,ସରୋଜ ସ୍ୱାଇଁ,ପ୍ରଦିପ୍ତ ଖିଲାର,ବିଶ୍ୱନାଥ ବେହେରା,ଦେବେନ୍ଦ୍ର ଜେନା ଓ ମିଳନ କମିଟିର ସମସ୍ଥ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶରସ ସୁନ୍ଦର କରିଥିଲେ।ଅଜିର ଏହି ମିଳନ ୧୦୦ରୁ ଉର୍ଦ୍ଧ ବର୍ଷ ଧରି ହୋଇଆସୁଅଛି ବୋଲି କମିଟି ତରଫରୁ ପ୍ରକାଶ କରିଛନ୍ତି ।ଆଜିର ରାଧାକୃଷ୍ଣ ଜିୟୁ ମିଳନ ସମ୍ପଣ୍ଣ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିଲା!

Leave a Reply

Your email address will not be published. Required fields are marked *