ପ୍ରବଳ ଗ୍ରୀଷ୍ମପ୍ରବାହ ବେଳେ ଜଙ୍ଗଲରେ ନିଆଁ ନଲଗାଇବାକୁ କୁଜଙ୍ଗ ବନଖଣ୍ଡ ପକ୍ଷରୁ ସଚେତନ
ପ୍ରବଳ ଗ୍ରୀଷ୍ମପ୍ରବାହ ବେଳେ ଜଙ୍ଗଲରେ ନିଆଁ ନଲଗାଇବାକୁ କୁଜଙ୍ଗ ବନଖଣ୍ଡ ପକ୍ଷରୁ ସଚେତନ କରାଯାଇଛି ।ଗଡ଼କୁଜଙ୍ଗ ,ନୋଳିଆସାହି ,ନୂଆଗାଁ ପଞ୍ଚାୟତରେ ଲଗାଯାଇଥିବା କାଂଥ ସୂଚନାରେ ଜଙ୍ଗଲରେ ନିଆଁ ଲଗାଇବା ଏକ ଆଇନଗତ ଅପରାଧ ବୋଲି ସୂଚିତ କରାଯାଇଛି ।ଏଥିପାଇଁ ୭ବର୍ଷ ଜେଲଦଣ୍ଡ ସହିତ ୧୦ହଜାର ଟଙ୍କା ଜରିମାନା ଦେବାକୁ ହେବ ବୋଲି ଉଲ୍ଲେଖ କରାଯାଇଛି ।ବଡ଼ତଣ୍ଡା ଜଟାଧାର ଜଙ୍ଗଲ କିମ୍ବା ପାର୍ଶ୍ବବର୍ତ୍ତି ଜଙ୍ଗଲରୁ କେହି ଗଛ କାଟିଲେ କିମ୍ବା ବନ୍ୟଜନ୍ତୁଙ୍କ ଆକ୍ରମଣ ସମ୍ପର୍କରେ ସୂଚନା ମିଳିଲେ ସ୍ଥାନୀୟ ଗାର୍ଡ ,ଫରେଷ୍ଟର ଓ ରେଞ୍ଜରଙ୍କୁ ତୁରନ୍ତ ଅଵଗତ କରିବାକୁ ଏଥିରେ ଅନୁରୋଧ କରାଯାଇଛି ।
