ପୁରୀ ସହରର ଡ୍ରେନ ନିୟମିତ ପରିଷ୍କାର ପାଇଁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ

ପୁରୀ ସହରର ଡ୍ରେନ ନିୟମିତ ପରିଷ୍କାର ପାଇଁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ।ପୁରୀ ୨୩/୪ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ପୁରୀ ସହରର ସମସ୍ତ ନାଳ ପରିଷ୍କାର ପରିଛନ୍ନ ରଖିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପୌରପାଳିକା କୁ ନିର୍ଦ୍ଦେଶ ଦେଇଛନ୍ତି।ପୁରୀ ଏକ ଧାର୍ମିକ, ଐତିହ୍ୟ ଓ ପର୍ଯ୍ୟଟନ ର ସହର।ଦୈନିକ ହଜାର ହଜାର ଲୋକ ଙ୍କ ର ସମାଗମ ଏଠାରେ ହୋଇଥାଏ।ତେଣୁ ଏହାକୁ ନିୟମିତ ଭାବେ ସଫା ରଖିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ପୌରପାଳିକା ତତ୍ତ୍ୱାବଧାନରେ ଏଜେନ୍ସି ଜାଗୃତି କଲ୍ୟାଣ ସଂଗଠନ ଦ୍ୱାରା ପୁରୀ ଗ୍ରାଣ୍ଡ ରୋଡ ର ଗ୍ରାଣ୍ଡ ସେଣ୍ଟର ଠାରୁ ମରିଚକୋଟ ଛକ କଲଭର୍ଟ ପର୍ଯ୍ୟନ୍ତ ୨୪୪ ମିଟର ଡ୍ରେନ ନିଷ୍କାସନ ଓ ପରିଷ୍କାର କାର୍ଯ୍ୟ ଆରମ୍ଭ ହୋଇଛି।ପୌରପାଳିକା ର ନିର୍ବାହୀ ଅଧିକାରୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା ଓ ଅନ୍ୟାନ୍ୟ ଅଧିକାରୀ କର୍ମଚାରୀ ମାନେ ଏହାକୁ ଅନୁଧ୍ୟାନ କରୁଛନ୍ତି।

Leave a Reply

Your email address will not be published. Required fields are marked *