ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାହାରେ ନିଶା ସେବନ

ଶ୍ରୀମନ୍ଦିର ବାହାରେ ଖୋଲାଖୋଲି ନିଶା ସେବନର ଭିଜୁଆଲ୍ ଭାଇରାଲ୍। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବାହ୍ୟ ରାସ୍ତାରେ କିଛି ନଶାଖୋର୍ ଯୁବକ ଖୋଲାଖୋଲି ନିଶା ସେବନ କରୁଛନ୍ତି। ସେଥିପାଇଁ ସେପଟେ ଯାଉଥିବା ଭକ୍ତ ଶ୍ରଦ୍ଧାଳୁ ମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ସବୁଠାରୁ ବଡକଥା ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବାହାରେ ଓ ଭିତରେ ସୁରକ୍ଷାକର୍ମୀ ମାଳମାଳ ରହିଥିବା ସତ୍ତ୍ୱେ ଏଭଳି ଦିନଦ୍ୱଇପ୍ରହରରେ ନିଶା ସେବନ ସୁରକ୍ଷା ବ୍ୟବସ୍ଥାକୁ ଚାଲେଞ୍ଜ ସଦୃଶ। ତେଣୁ ପ୍ରତ୍ୟକଦିନ ଲକ୍ଷଲକ୍ଷ ଭକ୍ତମାନେ ଶ୍ରୀମନ୍ଦିର ଆସୁଥିବା ବେଳେ ବାହାର ପରିକ୍ରମା ରାସ୍ତାରେ ମଧ୍ୟ ସ୍ଥାନୀୟବାସୀଙ୍କ ଠାରୁ ଆରମ୍ଭ କରି ପର୍ଯ୍ୟଟକ,,ଶ୍ରଦ୍ଧାଳୁ ମାନେ ଯାଆସ କରୁଥିବାରୁ ସୁରକ୍ଷାକର୍ମୀ ମାନେ ସଜାଗ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି l

Leave a Reply

Your email address will not be published. Required fields are marked *