ଦୁର୍ଗାବାହିନୀ ଓ ମାତୃଶକ୍ତିର ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ

ଭଦ୍ରକ :୧୬/୧୦:- ଭଦ୍ରକ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦର ମହିଳା ସଂଗଠନ ଦୁର୍ଗାବାହିନୀ, ମାତୃଶକ୍ତି ସ୍ଥାପନା ଦିବସ ଓ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ସ୍ଥାନୀୟ ବାଇପାସସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଦୁର୍ଗାବାହିନୀର ଅଖିଳ ଭାରତୀୟ ସଂଯୋଜିକା ପ୍ରଜ୍ଞା ମହଲା, ରାଜ୍ୟ ମାତୃଶକ୍ତି ସଂଯୋଜିକା ଝରଣା ଜେନା, ଦୁର୍ଗାବାହିନୀର ରାଜ୍ୟ ସହ ସଂଯୋଜିକା ସିପ୍ରା ରାଉତ, ଜିଲ୍ଲା ମାତୃଶକ୍ତି ସଂଯୋଜିକା ସରୋଜିନୀ ଦାସ ଓ ଦୁର୍ଗାବାହିନୀର ଜିଲ୍ଲା ସଂଯୋଜିକା ଶୁଭଶ୍ରୀ ରାଉତ ଓ ବିଶେଷ ଅତିଥି ରୂପେ ଶିକ୍ଷାବିତ୍ ଶକୁନ୍ତଳା ଦାସ ପ୍ରମୁଖ ଯୋଗଦେଇଥିଲେ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *