ବିଦ୍ୟାଳୟ ପ୍ରବେଶ ଉତ୍ସବ ପାଳନର ପ୍ରଭାବ, ଗାଡ଼ିଆପଡ଼ା ଆଶ୍ରମକୁ ପ୍ରଶଂସା
ଫୁଲବାଣୀ ,୧୩/୦୪- ରାଜ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶରେ ପ୍ରତିବର୍ଷ ଏପ୍ରିଲ ମାସରେ ବିଦ୍ୟାଳୟ ଗୁଡ଼ିକରେ ପାଳନ ହେଉଛି “ପ୍ରବେଶ ଉତ୍ସବ”। ସେନେଇ ଚଳିତ ବର୍ଷ ମଧ୍ୟ ଏପ୍ରିଲ ମାସ ୨ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଗୁଡିକରେ ପ୍ରବେଶ ଉତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି।ଏହାର ମୁଖ୍ୟ ଉଦ୍ଦେଶ୍ୟ ୫ବର୍ଷ ବୟସରୁ ସମସ୍ତେ ବିଦ୍ୟାଳୟ ଯିବେ ପାଠ ପଢ଼ିବେ ସେ ନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଚେତନତା ଶୋଭାଯାତ୍ରା ମଧ୍ୟ ହେଉଛି।
ନିଜର ଝିଅ,ପୁଅଙ୍କୁ ନେଇ ଗାଡ଼ିଆପଡ଼ା ବିଦ୍ୟାଳୟ କୁ ନାମ ଲେଖାଇବାକୁ ଆସିଥିବା ଅଭିଭାବକ ମାନେ ଏହି ବିଦ୍ୟାଳୟର ପରିବେଶ ଦେଖି ଓ ପ୍ରଧାନ ଶିକ୍ଷକ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବ୍ୟବହାରକୁ ବହୁତ ପ୍ରଶଂସା କରିଥିବା ଦେଖୁବାକୁ ମିଳିଛି।ସେହିଭଳି ଛାତ୍ରଛାତ୍ରୀ ମଧ୍ୟ ବହୁତ ଖୁଶି ହୋଇଥିବା କହିଛନ୍ତି।ନାମ ଲେଖିବାରେ ପ୍ରବଳ ଦରଖାସ୍ତ ମଧ୍ୟ ଆବେଦନ ହୋଇଛି।
ରିପୋର୍ଟ- ବୈଦ୍ୟନାଥ ବେହେରା, ଫୁଲବାଣୀ।
