ମିକ୍ସଡି ହାଇଅର ସେକେଣ୍ଡାରୀ ସ୍କୁଲରେ ଆନୁଆଲ ଦିବସ ସେଲିବ୍ରେସନ
ଜଟଣୀ:- ଇଷକୋଷ୍ଟ ରେଳପଥ ଖୋର୍ଦ୍ଧାରୋଡ ମିକ୍ସଡି ହାଇଅର ସେକେଣ୍ଡାରୀ ସ୍କୁଲରେ ଆନୁଆଲ ଦିବସ ସେଲିବ୍ରେସନ। ଶିକ୍ଷାର ସମୃଦ୍ଧି ଆରମ୍ଭ ହୁଏ ପିଲାଙ୍କର ସ୍କୁଲ ଜୀବନରେ। ଆଜି ଇଷକୋଷ୍ଟ ରେଳପଥ ମିକ୍ସଡି ହାଇଅର ସେକେଣ୍ଡାରୀ ସ୍କୁଲ ଖୋର୍ଦ୍ଧାରୋଡ ଆନୁକୂଲ୍ୟରେ ବହୁ ଆଡମ୍ବରରେ ଆନୁଆଲ ଦିବସ ସେଲିବ୍ରେସନ ପାଳନ କରାଯାଇଥିଲା। ସ୍କୁଲ ର ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଛାତ୍ର, ଛାତ୍ରୀ ମନଙ୍କ ପାଇଁ ସେହି ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର କାର୍ଯ୍ୟ କ୍ରମ କରାଇଥିଲେ, ଯେମିତି କି ପାର୍ଲାମେଣ୍ଟରେ ରୁଲିଙ୍ଗ ଦଳ ଏବଂ ବିରୋଧୀ ଦଳ କିଭଳି କଥୋପକଥନ ହୁଅନ୍ତି ସେହିଭଳି କାର୍ଯ୍ୟକ୍ରମ ରଖିଥିଲେ ଏତଦ୍ ବ୍ୟତୀତ ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ଉଚ୍ଚ ମନୋଭାବ ଉର୍ନତି ହୋଇପାରିବ ସେସବୁକୁ ନଜରରେ ରଖି ବହୁ ଉର୍ନତ ଧରଣର କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଆଜିର ଏହି ଆନୁଆଲ ସେଲିବ୍ରେସନ ମୁଖ୍ୟ ଅତିଥି ତଥା ଡିଭିଜନାଲ ମେନେଜର ଶ୍ରୀ ରିଙ୍କେସ୍ ରୟେ, ଗେଷ୍ଟ ଅଫ ହୋନର ଶ୍ରୀମତୀ ଶୁଭଲକ୍ଷ୍ମୀ ଯେନା, ଆଡିସିନାଲ୍ ରେଳପଥ ମେନେଜର ଶ୍ରୀ ଶୁଭ୍ରଯୋତି ମଣ୍ଡଳ,ଶ୍ରୀ କଲ୍ୟାଣ ପଟ୍ଟନାୟକ, ସିନିୟର ପର୍ସନାଲ ଅଫିସର ଶ୍ରୀ ରଂଜନ କୁମାର ମହାନ୍ତି ଓ ପ୍ରିନ୍ସିପାଲ ମିସ୍ ସବିତା କୁମାରୀ ପ୍ରମୁଖ ଯୋଗଦେଇ ଆନୁଆଲ ସେଲିବ୍ରେସନ ଦିବସକୁ ସାଫଲ୍ଯମଣ୍ଡନ କରିଥିଲେ।
