ପୁରୀ ନାମ ପରିବର୍ତ୍ତନ ପାଇଁ ଉଦ୍ୟମ

ପୁରୀର ନାମ ଜଗନ୍ନାଥ ପୁରୀ କରିବା ପାଇଁ କିଛି ସଙ୍ଗଠନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ମର୍ମରେ ଗତକାଲି ପୁରୀ ରେଳଷ୍ଟେସନର ନାମ ବଦଳାଇବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଶ୍ରୀଜଗନ୍ନାଥ ସେନା, ପୁରୀ , ବ୍ରହ୍ମଗିରି ବିଧାୟକଙ୍କ ପକ୍ଷରୁ ଏକ ଦାବିପତ୍ର ରେଳମନ୍ତ୍ରୀଙ୍କୁ ଦିଆଯାଇଛି। ପ୍ରଥମେ ରେଳ ବିଭାଗ ପକ୍ଷରୁ ନାମ ପରିବର୍ତ୍ତନ କରିବାକୁ ଦାବି କରାଯାଇଥିବା ବେଳେ ପୁରୀର ନାମକୁ ରାଜ୍ୟ ସରକାର ଜଗନ୍ନାଥ ପୁରୀ ନାମରେ ନାମିତ କରିବାକୁ ନିବେଦନ କରାଯାଇଛି। ତେବେ ଅନ୍ୟ କିଛି ସଙ୍ଗଠନ ଏପରି ନାମ ପରିବର୍ତ୍ତନ କରିବାକୁ ନାପସନ୍ଦ କରିଥିବା ବେଳେ ଜିଲ୍ଲାପାଳ ସମସ୍ତ ଙ୍କ ସହ ଆଲୋଚନା କରି ରାଜ୍ୟ ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *