ଜିଲ୍ଲା ଲୋକନାଟ୍ୟ ମୋଗଲ ତାମସାର କଳାକାର ସଂଘର ନିର୍ବାଚନ

ଭଦ୍ରକ: ୭/୧୦:- ଆଜି ଭଦ୍ରକ ଜିଲ୍ଲା ଲୋକନାଟ୍ୟ ମୋଗଲ ତାମସାର କଳାକାର କର୍ମକର୍ତ୍ତା ନିର୍ବାଚନ ସଂକେତ ସଭାଗୃହରେ ଗୁରୁ ବାଦଲ ସିକ୍‌ଦାରଙ୍କ ସଭାପତିତ୍ୱରେ ଭଦ୍ରକ ଜିଲ୍ଲାର ୪ଗୋଟି ମୋଗଲ ତାମସା ଦଳ ସଂକେତ, ବଂଶିବଲ୍ଲଭ ସାହିତ୍ୟ ସଂସ୍କୃତି ପରିଷଦ, ବିମଳା ନାଟ୍ୟ ସଂସଦ, ଗିରିଧାରୀ ନାଟ୍ୟ ସଂସଦର କଳାକାର ଓ କର୍ମକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବସମ୍ମତି କ୍ରମେ ନୂତନ ସଭାପତି ଭାବେ ଗୁରୁ ବାଦଲ ସିକ୍‌ଦାର, ଉପସଭାପତି ସଂଗୀତ ଗୁରୁ ସୁବାଷ ରାମ, ସଂପାଦକ ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକ, ସହସଂପାଦକ ସଂଗଠକ ବୃନ୍ଦାବନ ସାହୁ, କୋଷାଧ୍ୟକ୍ଷ କଳାକାର ଓ ସଂଗଠକ ପ୍ରଦ୍ୟୋତ୍ତନ ସୂଆର ନିର୍ବାଚିତ ହୋଇଛନ୍ତି ।

ରିପୋର୍ଟ :=ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *