ପୁରୀ ପୋଲିସର ଏନକାଉଣ୍ଟର

ପୁରୀ ପୋଲିସର ଏନକାଉଣ୍ଟର। ଏନକାଉଣ୍ଟରରେ ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଗୁଳିମାଡ କରିଥିବା ଅଭିଯୁକ୍ତ ବିଜୁ ବେହେରା ଗୁରୁତର ଆହତ। ବିଜୁର ବାମ ଗୋଡରେ ବାଜିଛି ଗୁଳି। ମହିଳାଙ୍କୁ ଗୁଳିମାଡ ଘଟଣାରେ ପୋଲିସ ଘଟଣାକୁ ଗୁରୁତର ସହ ନେଇଥିଲା। ଚାରୋଟି ଟିମ୍ କରାଯାଇ ଅଭିଯୁକ୍ତକୁ ଧରିବାକୁ କିଛି ସମୟ ପୂର୍ବରୁ ପୁରୀ ଏସପି ପ୍ରତିକ୍ରିୟା ରଖିଥିଲେ। ଆଜି ବିଶେଷ ସୂତ୍ରରୁ ଖବର ପାଇ ଚନ୍ଦନପୁର ନିକଟରେ ଢ଼ଢାଉ କରିଥିଲା ପୋଲିସ୍ । ଚଢାଉ ବେଳେ ବିଜୁକୁ ଆତ୍ମସମର୍ପଣ କରିବାକୁ ପୋଲିସ କହିଥିବା ବେଳେ ପୁଲିସ ଉପରକୁ ପାଲଟା ଗୁଳି ଚାଳନା କରିଥିଲା। ଆତ୍ମରକ୍ଷା ପାଇଁ ପୁଲିସ ବିଜୁକୁ ଏନକାଉଣ୍ଟର କରିଛି। ଗୁରୁତର ଅବସ୍ଥାରେ ବିଜୁ ଚନ୍ଦନପୁର ମେଡିକାଲରେ ଭର୍ତ୍ତି ହୋଇଛି।

Leave a Reply

Your email address will not be published. Required fields are marked *