କପ୍ତେଶ୍ୱର ବିଦ୍ୟାପୀଠ ରେ ଏନର୍ଜି କ୍ଲବପୁରସ୍କାର ବିତରଣୀ ଉତ୍ସବ
|ଏରସମା: ସାଧାରଣତନ୍ତ୍ର ଦିବସ ଅବସରରେ କପ୍ତେଶ୍ୱର ବିଦ୍ୟାପୀଠ, ଢ଼ିଙ୍କିଆ ପରିସରରେ ପ୍ରଭାତ ଫେରି,ପତାକା ଉତ୍ତୋଳନ ପରେ ପରେ ବିଦ୍ୟାଳୟ ଏନର୍ଜି କ୍ଲବ ପ୍ରତିଯୋଗିତା ପାଇଁ ଏକ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଯାଇଛି |ଏହି ଉତ୍ସବ ରେ ନୂଆଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ର ସାଧନ ସଂଯୋଜକ ଶେଷଦେବ ସ୍ୱାଇଁ ଯୋଗଦେଇ ସାଧାରଣତନ୍ତ୍ର ଦିବସ ଓ ଶକ୍ତି ସଂରକ୍ଷଣ ଉପରେ ବିଷଦ ଆଲୋଚନା କରିଥିଲେ |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ବାରିକ, ସହକାରୀ ଶିକ୍ଷକ ନିତ୍ୟାନନ୍ଦ ରାଉତ, ବିଜ୍ଞାନ ଶିକ୍ଷକ ପ୍ରଭଞ୍ଜନ ଦାଶ, ପ୍ରଭାତୀ କୁମାରୀ ସାମନ୍ତରା, ବଳରାମ ନାୟକ, ସୁଧୀର କୁମାର ସାମନ୍ତରାୟ, ପୁଲଖାଇ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ମଲ୍ଲ, ସହକାରୀ ଶିକ୍ଷକ ରମେଶ କୁମାର ବେହେରା ଓ ସନାତନ ବେହେରା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଶକ୍ତି ର ଉପାଦେୟତା ଓ ସୁନାଗରିକ ହେବାର ଅନେକ ପ୍ରେରଣାଦାୟୀ ବାର୍ତ୍ତା ରଖିବା ପରେ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ |ବିଦ୍ୟାଳୟର ସହକର୍ମୀ ଅଜୟ କୁମାର ସେଠି ଉପସ୍ଥିତ ରହି ସଭା କାର୍ଯ୍ୟ କୁ ଶୃଙ୍ଖଳିତ ଓ ସରସ କରାଇଥିଲେ |ପରିଶେଷରେ ଶିକ୍ଷକ ନିତ୍ୟାନନ୍ଦ ରାଉତ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ ଘୋଷଣା କରିଥିଲେ |
