ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ଓ ମା ବୁଢ଼ିସାରି ଫାଉଣ୍ଡେସନ ଦ୍ୱlରା ରକ୍ତଦାନ ଶିବିର ଅନୁଷ୍ଠିତ

କୁଜଙ୍ଗ :ଆୟୋଜନ ପାରାଦୀପ ର ଅଗ୍ରୀମ ସ୍ୱେଛାସେବି ସଂଗଠନ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ଓ ସହଭାଗିତାରେ ମା ବୁଢ଼ିସାରି ଫାଉଣ୍ଡେସନ ଦ୍ୱlରା ଏକ ମେଗା ରକ୍ତଦାନ ଶିବିର ଜିଲ୍ଲାନାସୀ ପଞ୍ଚାୟତ ଜୟଶଙ୍ଖପୁର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ 50ରୁ ଉର୍ଦ୍ଧ ଗୋଟି ରକ୍ତ ୟୁନିଟ ସଂଗ୍ରହ କରାଜାଇଥିଲା ଏବଂ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଗତୀକୃଷ୍ଣ ଶତପଥୀ,କୁଜଙ୍ଗ ଥାନା asi ରଶ୍ମିରଞ୍ଜନ ସାହୁ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଅପର୍ଣ୍ଣା ପଣ୍ଡା ଶତପଥୀ ,ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଡକ୍ଟର ସଚିତ୍ର କୁମାର ରାଉତ, ମା ବୁଢ଼ୀସାରି ଫାଉଣ୍ଡେସନ ଚେୟାରମେନ ସ୍ନେହା ପ୍ରିୟଦର୍ଶିନୀ ସାମଲ ଉପଦେଷ୍ଟା ପ୍ରଳୟ ମହାପାତ୍ର ଦୀପ ପ୍ରଯୋଳନ କରି ଶିବିରକୁ ଉଦ୍ଘାଟନ କରିଥିଲେ। ପରିସରରେ ଚାଲିଥିବ ରକ୍ତ ଦାତଙ୍କୁ ଅତିଥି ମାନେ ରକ୍ତଦାନ ଏକ ମହତ ପୂର୍ଣ୍ଣ କହି ଉତ୍ସାହିତ କରିଥିବା ସହ ରକ୍ତଦାନ ସଂଗ୍ରହ କୁ ସୁଚାର ରୁପେ ପରିଚାଳନା କରିଥିଲେ।ରକ୍ତଦାନ ଏକ ମହତ୍ୱପୂର୍ଣ୍ଣ ଗୋଟିଏ ଜୀବନ ବଞ୍ଚାଇବାକୁ ହେଲେ ରକ୍ତର କେତେ ଆବଶ୍ୟକ ହୋଇଥାଏ ।

ଏହିଭଳି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଭବିଷ୍ୟତରେ ଅନ୍ୟତ୍ର ଆୟୋଜନ କରାଜିବ ବୋଲି ସ୍ମଇଲ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଡକ୍ଟର ଶ୍ରୀ ସଚିତ୍ର କୁମାର ରାଉତ ପରି ପ୍ରକାଶ କରି ଥିଲେ। ଏ ଫାଉଣ୍ଡେସନ ଶିକୃତି ପ୍ରାପ୍ତ ଏକ ମାସ ନ ପୁରୁଣୁ ଆଜି ପ୍ରଥମ କରି ରକ୍ତଦାନ ଶିବିର ମିଳିତ ଭାବେ ଆୟୋଜନ କଲୁ ଆଗମୀ ଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟ କରିବୁ ବୋଲି ମା ବୁଢିସାରି ଫାଉଣ୍ଡେସନ ର ଚେୟାରମେନ ସ୍ନେହା ପ୍ରିୟଦର୍ଶିନୀ ସାମଲ କହିଛନ୍ତି। ଏହି ଶିବିର କୁ ସେଣ୍ଟ୍ରାଲ ରେଡକ୍ରସ୍ କଟକର ଡାକ୍ତର ଓ କର୍ମକର୍ତ୍ତା ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ଓ ମା ବୁଢିସାରି ଫାଉଣ୍ଡେସନ ର ସସ୍ମିତା ବିଶ୍ଵାଳ, କାଦମ୍ବିନୀ ସାହାଣୀ, ଭାଗ୍ୟବତୀ ପ୍ରଧାନ, କଳ୍ପନା ଚୌଧିରୀ, ସସ୍ମିତା ବେହେରା, ମଧୁସ୍ମିତା ସ୍ୱାଇଁ, ଉପଦେଷ୍ଟା ପ୍ରଳୟ ମହାପାତ୍ର, ଶଶଧର ବେହେରା, ଉମାକାନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *