ମଣ୍ଡେଇ ମହୋତ୍ସବ ୨୦୨୫ ଉପଲକ୍ଷେ ପ୍ରବନ୍ଧ ଆଲୋଚନା ଚକ୍ର ଅନୁଷ୍ଠିତ

ନବରଙ୍ଗପୁର ତା ୩.୧୨.୨୦୨୫ : ଆଜି ସ୍ଥାନୀୟ ନବରଙ୍ଗପୁର ମହାବିଦ୍ୟାଳୟ ସମ୍ମିଳନୀ ଗୃହରେ ମଣ୍ଡେଇ ମହୋତ୍ସବ -୨୦୨୫ ସ୍ମରଣିକା ଉପଲକ୍ଷେ ଏକ ପ୍ରବନ୍ଧ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଏହି ଆଲୋଚନାଚକ୍ର କୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଅଧ୍ୟକ୍ଷ ସ୍ମରଣିକା କମିଟି ବିରଞ୍ଚି ନାରାୟଣ ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଭୁ ଜଗନ୍ନାଥ ଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ମଞ୍ଚା ସିନ ସମ୍ମାନୀତ ଅତିଥି ରୂପେ ସ୍ମରଣିକା କମିଟି ଉପାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ,ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଡି ଗୋବିନ୍ଦ ରାଓ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା,ଲେଖିକା ପ୍ରଭାସିନୀ ମହାନ୍ତି,ମହାବିଦ୍ୟାଳୟ ପ୍ରଧ୍ୟାପିକା ସଙ୍ଗୀତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।ସ୍ମରଣିକା କମିଟି ଉପାଧ୍ୟକ୍ଷ


ମନୋରଞ୍ଜନ ତ୍ରିପାଠୀ ସ୍ବାଗତ ଭାଷଣ ଦେବା ସହ ” ନିଷ୍କଳଙ୍କ ରାଜନେତା ସ୍ଵାଧୀନତା ସଂଗ୍ରାମୀ ଡ଼ ସଦାଶିବ ତ୍ରିପାଠୀ “ଙ୍କ ସମ୍ଭଦ୍ଧରେ ନିଜର ପ୍ରବନ୍ଧ ର ସମ୍ୟକ୍ ଉପସ୍ଥାପନ କରିଥିଲେ।ପ୍ରଧ୍ୟାପିକା ତଥା ଉପାଧ୍ୟକ୍ଷ ନବରଙ୍ଗପୁର ମହାବିଦ୍ୟାଳୟ ସଙ୍ଗୀତା ତ୍ରିପାଠୀ ମଞ୍ଚ ସଂଯୋଜନା କରିଥିବା ବେଳେ ଲେଖିକା ପ୍ରଭାସିନୀ ମହାନ୍ତି ପ୍ରବନ୍ଧ ଗୁଡ଼ିକର ସମୀକ୍ଷା କରିଥିଲେ। “ସାହିତ୍ୟରଥୀ ଭାଗିରଥି” ଙ୍କ ଉପରେ ଅବସରପ୍ରାପ୍ତ ଡ ବିଜୟ କୁମାର ମିଶ୍ର,” ଆଦିବାସୀ ଲୋକଗୀତ” ଉପରେ ଲେଖିକା ଜେମାମଣି ବିଷୋୟୀ,” ମା ମାଟିର ପ୍ରଥମ ସହିଦ ବଗା ପୁଜାରୀ” ଉପରେ ବଲ୍ଲଭ ନାରାୟଣ ରାଉତ,” ମଣ୍ଡେଇ ଅତୀତ ,ବର୍ତ୍ତମାନ,” ଉପରେ ଡ଼ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,”ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲୋକଙ୍କ ପାଇଁ ସରକାରଙ୍କ ଆଭିମୁଖ୍ୟ” ଉପରେ ସି ଡି ଓ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,” ନବରଙ୍ଗପୁର ଅଭିନୟ ଶ୍ରୀ- ଶ୍ରୀରାମ ପଣ୍ଡା” ଉପରେ ରାମ ପ୍ରସାଦ ପାତ୍ର,”ଅର୍ଦ୍ଧ ଶତାବ୍ଦୀ ର ମୋ ନବରଙ୍ଗପୁର” ଉପରେ ଶିକ୍ଷାବିତ୍ ବିଜୟ କୁମାର ଚୌଧୁରୀ,”ନବରଙ୍ଗପୁର ପ୍ରାଚୀନ ଇତିହାସ ମନ୍ଦିର ମାଳିନୀ” ଉପରେ ନାରାୟଣ ପଣ୍ଡା,” ତ୍ୟାଗ ଓ ବଳିଦାନର ଦେବୀ ମା ପେନ୍ଦ୍ରାନି ” ଉପରେ କେଦାରେଶ୍ୱର ପଟ୍ଟନାୟକ ଏବଂ ଶେଷରେ ହେମଲତା ମାଝୀ ନିଜର ପ୍ରବନ୍ଧ ପାଠ କରିଥିଲେ।ବାବୁ ପାତ୍ର ସ୍ବାଗତ ସଙ୍ଗୀତ ଗାନ କରିଥିବାବେଳେ ସ୍ୱର୍ଣଲତା ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ସମ୍ମିଳନୀ ଗୃହରେ ମହାବିଦ୍ୟାଲୟର ଅଧ୍ୟାପକ,ଅଧ୍ୟାପିକା , ଛାତ୍ର,ଛାତ୍ରୀ,ସହରର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *