ଜାତୀୟ ସେବା ଯୋଜନା ସ୍ଥାପନା

ସ୍ଥାନୀୟ ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜ ଠାରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଏହାର ସ୍ଥାପନା ଦିବସ ଓ ନୂତନ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନଙ୍କର ଅଭିମୁଖୀକରଣ ଉତ୍ସବ ଏକତ୍ର ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ମହାମନିଷୀମାନଙ୍କର ଉଦ୍ଧୃତି ସମ୍ବଳିତ ଫଟୋଚିତ୍ର ପ୍ରଦର୍ଶନୀକୁ ପ୍ରଥମେ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ଉଦଘାଟନ କରି ସଭାରେ ପୌରାହିତ୍ୟ କରିଥିବା ବେଳେ ଜାତୀୟ ସେବା ଯୋଜନା ନୟାଗଡ ଜିଲ୍ଲା ସଂଯୋଜକ ଡକ୍ଟର ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ସଭାରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସମାଜସେବା ସ୍ରୋତରେ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ। ଉତ୍ସବରେ କଲେଜର ପ୍ରୋଗ୍ରାମ ଅଫିସର ସୁନୀଲ କୁମାର ମଲ୍ଲିକ ଓ ଦୀପିକା ରାଣୀ ଟୁରୁକ ଶିକ୍ଷ୍ୟାର୍ଥୀମାନଙ୍କ ଭିତରେ ସ୍ବେଚ୍ଛାକୃତ ସେବା ମନୋବୃତ୍ତି ଜାଗ୍ରତ ହେବା ଅତ୍ୟନ୍ତ ଯୁଗପୋଯୋଗୀ ଦର୍ଶାଇଥିଲେ।

ଏହି ଉତ୍ସବ ପରିପ୍ରେକ୍ଷୀରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଶ୍ରେଷ୍ଠ ବିବେଚିତ ସ୍ବେଛାସେବୀଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରାୟ ଦୁଇଶହ ଛାତ୍ରଛାତ୍ରୀ ଏହି ଉତ୍ସବରେ ଯୋଗ ଦେଇ ଭବିଷ୍ୟତ ଜୀବନରେ ନିଜକୁ ସମାଜସେବା କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଶପଥ ନେଇଥିଲେ।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼

Leave a Reply

Your email address will not be published. Required fields are marked *