ଉପଖଣ୍ଡ ସୂଚନା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଉପଖଣ୍ଡ ସୂଚନା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା।ପୁରୀ ୨୯ ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ରେ କାର୍ଯ୍ୟ ରତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଘୁନାଥ ସେଠୀ ଙ୍କୁ ବିଭାଗ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ୬୦ ବର୍ଷ ରେ ପଦାର୍ପଣ କରିଥିବା ଶ୍ରୀ ସେଠୀ ଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ସେଠୀ ବିଭାଗ ପାଇଁ ଅନେକ ସେବା କରିଛନ୍ତି ଓ ତାଙ୍କ କାର୍ଯ୍ୟ ବେଶ ପ୍ରଶଂସନୀୟ ବୋଲି ଉପସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ସମସ୍ତ କର୍ମଚାରୀ ମତବ୍ୟକ୍ତ କରିଥିଲେ। ନିଜ ପ୍ରତିକ୍ରିୟା ରେ ବିଭାଗ ପାଇଁ କାର୍ଯ୍ୟ କରି ସେ ବେଶ ଗର୍ବିତ ଓ ଆନନ୍ଦିତ ବୋଲି ରଘୁନାଥ କହିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଭାଗର ରେଡ଼ିଓ ଇନିସପେକ୍ଟର ରାଜେନ୍ଦ୍ର କୁମାର ପାତ୍ର, ପ୍ରସନ୍ନ କୁମାର ସାହୁ, ଜିତେନ୍ଦ୍ର କୁମାର ସ୍ୱାଇଁ, ମିନତୀ ଦାସ,ପ୍ରଦୀପ୍ତ ପଟ୍ଟନାୟକ,ପ୍ରତିମା ମହାନ୍ତି,ତ୍ରିନାଥ ପାତ୍ର , ଲକ୍ଷ୍ମୀଧର ନାଏକ, ସୁଶାନ୍ତ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *