ଏ.ଡି.ଏମ୍. କାର୍ଯ୍ୟାଳୟ ଘେରିଲା ବିଜେପି

ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ବିଜେପି ଯୁବନେତା ଇଂ ଆଲେକ୍ସଜେଣ୍ଡର ଦାସଙ୍କ ନେତୃତ୍ୱରେ ବିଜେପି ପକ୍ଷରୁ ୧୦ଦଫା ଦାବିରେ ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି l ଏନ.ସି. ହାଇସ୍କୁଲ ପଡ଼ିଆରୁ ହଜାର ହଜାର କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କଳିଙ୍ଗନଗର ଏଡିଏମ୍ କାର୍ଯ୍ୟାଳୟ ଘେରାଉ କରିଥିଲେ l ଏ.ଡି.ଏମ୍. ଙ୍କ ଅନୁପସ୍ଥିତିରେ ଭୁ-ଅର୍ଜନ ଅଧିକାରୀ ଅଧିକାରୀ ନମ୍ରତା ମୋଦୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ଯେଉଁଥିରେ ସରକାରୀ ଯୋଜନାର ସଠିକ୍ କାର୍ଯ୍ୟକାରିତା, ଗରିବ ହିତାଧିକାରୀଙ୍କୁ ସମସ୍ତ ସୁବିଧା, କୁଆଖିଆକୁ ଏନ୍ ଏ ସି ମାନ୍ୟତା, ପାନୀୟଜଳ, ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନାଗମନର ସୁବନ୍ଦୋବସ୍ତ କରାଇବା ଆଦି ଦାବି ଗୁଡ଼ିକ ସ୍ଥାନ ପାଇଥିଲା l ତୁରନ୍ତ ଦାବି ପୂରଣ ନହେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

*ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ବିଜେପି ଯୁବନେତା ଇଂ ଆଲେକ୍ସଜେଣ୍ଡର ଦାସଙ୍କ ନେତୃତ୍ୱରେ ବିଜେପି ପକ୍ଷରୁ ୧୦ଦଫା ଦାବିରେ ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି l ଏନ.ସି. ହାଇସ୍କୁଲ ପଡ଼ିଆରୁ ହଜାର ହଜାର କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କଳିଙ୍ଗନଗର ଏଡିଏମ୍ କାର୍ଯ୍ୟାଳୟ ଘେରାଉ କରିଥିଲେ l ଏ.ଡି.ଏମ୍. ଙ୍କ ଅନୁପସ୍ଥିତିରେ ଭୁ-ଅର୍ଜନ ଅଧିକାରୀ ଅଧିକାରୀ ନମ୍ରତା ମୋଦୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ଯେଉଁଥିରେ ସରକାରୀ ଯୋଜନାର ସଠିକ୍ କାର୍ଯ୍ୟକାରିତା, ଗରିବ ହିତାଧିକାରୀଙ୍କୁ ସମସ୍ତ ସୁବିଧା, କୁଆଖିଆକୁ ଏନ୍ ଏ ସି ମାନ୍ୟତା, ପାନୀୟଜଳ, ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନାଗମନର ସୁବନ୍ଦୋବସ୍ତ କରାଇବା ଆଦି ଦାବି ଗୁଡ଼ିକ ସ୍ଥାନ ପାଇଥିଲା l ତୁରନ୍ତ ଦାବି ପୂରଣ ନହେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଥିଲେ lଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *