ପ୍ରେମରେ ଅସଫଳ ହୋଇ ଆତ୍ମହତ୍ୟା
କେନ୍ଦୁଝର ଜିଲ୍ଲା ଢେଂକିକୋଟଠାରେ ଆଜି ଜଣେ ଜେସିବି ଡ୍ରାଇଭର ଗଛରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଦେଖାଦେଇଛି। ନାମ- ଚନ୍ଦନ ଜେନା ,ଘର-ଗଞ୍ଜାମ ଜିଲ୍ଲାରେ। ସେ ବର୍ଷେ ହେବ ପ୍ରେମରେ ଅସଫଳ ହେବାରୁ ଘରୁ ପଳେଇ ଆସି ଢେଂକିକୋଟରେ ଜେସିବି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ପ୍ରେମିକାର ଅନ୍ୟତ୍ର ବିବାହ ଠିକ ହୋଇଥିବାରୁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଚନ୍ଦନର ଘରକୁ ଖବର ଦିଆଯାଇଛି। ଏ ସମ୍ପର୍କରେ ପୋଲିସକୁ ମଧ୍ୟ ଖବର ଦିଆଯାଇଛି।
କେନ୍ଦୁଝର- ମନୋଜ କୁମାର ବେହେରା ।
