ଖଜୁରୀପଡ଼ା ବ୍ଲକ:ଟିଟ୍ରାପଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ଗୃହ ଉଦଘାଟିତ।
ଖଜୁରୀପଡ଼ା:-୩୦/୦୭- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକରେ ଟିଟ୍ରାପଙ୍ଗା ନୂତନ ପଞ୍ଚାୟତ ହେଲାପରେ ଏହାର ନବନିର୍ମାଣ କାର୍ଯ୍ୟାଳୟ ଗୃହକୁ ଶୁକ୍ରବାର ଦିନ ଓଡ଼ିଶା ପଞ୍ଚାୟତ ରଜ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ତଥା କନ୍ଧମାଳର ନବନିର୍ବାଚିତ ବିଜୁଜନତା ଦଳର ପର୍ଯ୍ୟବେକ୍ଷକ ଲୋକପ୍ରିୟ ନେତା ମାନ୍ୟବର ପ୍ରତାପ ଜେନା ୨ ଦିନିଆ କନ୍ଧମାଳ ଗସ୍ତରେ ଆସି ଗୁରୁବାର ଦିନ ଜିଲାର ସମସ୍ତ ବିଭାଗର ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ କରି ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିବାବେଳେ ଆଜି ଶୁକ୍ରବାର ଦିନ ଜିଲାର ଖଜୁରୀପଡ଼ା ବ୍ଲକର ନୂତନଭାବେ ସ୍ଥାପନ ଥିବା ଟିଟ୍ରାପଙ୍ଗା ପଞ୍ଚାୟତର ନବନିର୍ମାଣ କାର୍ଯ୍ୟାଳୟ ଗୃହକୁ ଓ ସ୍ଥାନୀୟଏମ,ଇ ସ୍କୁଲ ଅତିରିକ୍ତ ଶ୍ରେଣୀଗୃହକୁ ମଧ୍ୟ ଉଦଘାଟିତ କରିଛନ୍ତି।ଲଘୁଚାପ ଜନିତ ଲଗାଣ ବର୍ଷା ଚାଲିଥିଲେ ମଧ୍ୟ ମାନ୍ୟବର ମନ୍ତ୍ରୀ ଏହାକୁ ଖାତିରି ନ କରି ସମସ୍ତ ସ୍ଥାନରେ ଯୋଗଦେଇ ପ୍ରତି କାର୍ଯ୍ୟକୁ ସଫଳ କରିଥିବା ଯୋଗୁଁ ବିଭିନ୍ନ ମହଲରୁ ପ୍ରଶଂସା ଓ କୃତଜ୍ଞତା ଜଣାଇଛନ୍ତି।ଆଜିର ଏହି ଉଦଘାଟିତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ନାଏକ ଖଜୁରୀପଡ଼ା ବିଡିଓ ରବୀନ୍ଦ୍ରନାଥ କହଁର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ଜିଲ୍ଲା ବିଜୁଜନତା ଦଳ ସଭାପତି ସରୋଜ କର୍ଣ,ମହିଳା ସଭାନେତ୍ରୀ ପୁନମ କହଁରଖଜୁରୀପଡ଼ା ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର,ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁନୀଲ ସେଠୀ ସରପଞ୍ଚ ଗୀତାଞ୍ଜଳି କହଁର,ନାଏବ ସରପଞ୍ଚ ବ୍ରହ୍ମାନନ୍ଦ ଦିଗାଲ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୋନମ ବେହେରା ସହକାରୀ ଯନ୍ତ୍ରୀ ପଞ୍ଚୁ ବେହେରା କନିଷ୍ଠ ଯନ୍ତ୍ରୀ ରବିନାରାୟଣ ଲେଙ୍କା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ବୈଦ୍ୟନାଥ ବେହେରା, କନ୍ଧମାଳ।
