ମିଛ ଚିକିତ୍ସକ ପଦବୀ ପାଇଥିବା ବ୍ୟକ୍ତିଙ୍କ ସତ ଅବଦାନ

    ଦ୍ଵିତୀୟ  ଭଗବାନ ବୋଲି ଡାକ୍ତରଙ୍କୁ ପୃଥିବୀ ପୃଷ୍ଠରେ କୁହାଯାଏ | ଏଣୁ ପ୍ରାଚୀନ କାଳରୁ ଅନେକ ବୈଦ୍ୟ ଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସେବା  ପାଇ ଲୋକେ ବିଭିନ୍ନ ରୋଗରୁ ଉପକୃତ ହେଉଥିଲେ |ବିଭିନ୍ନ ଗଛ ର ଚେର ମୂଳି ପତ୍ର ଇତ୍ୟାଦି ରୁ ଔଷଧ ପ୍ରସ୍ତୁତି କରାଯାଉଥିଲା | ତାଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ପରିଶ୍ରମ ଉପରେ ନିର୍ଭର କରୁଥିଲା | ରୋଗୀ ର ଜୀବନ ଏବଂ ଅନେକ ବଡ ବଡ଼ ରୋଗରୁ ମଧ୍ୟ ନିସ୍ତାର ପାଉଥିଲେ ଲୋକେ |ଏଣୁ ଜଣେ ଡାକ୍ତରଙ୍କୁ ଲୋକେ ଦେବତା ରୂପେ ମାନନ୍ତି |ଅନେକ ଲୋକ ତ ବିଶ୍ୱାସ ରେ ହିଁ ଡାକ୍ତର ବୋଲି ମାନି ନିୟନ୍ତୀ ପରନ୍ତୁ ଯୁଗର ଅବସାନ ଘଟି ନୂତନ ଯୁଗର ଆରମ୍ଭ ସହ ସମସ୍ତ କ୍ଷେତ୍ରରେ ଉର୍ନତି ପାରିଲିକ୍ଷିତ ହେଲା |ରାଜା ରାଜୁତି ଲୋପ ପାଇ ରାଜ୍ୟରେ ସରକାର ଗଠନ ହେଲା ଯିଏ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ କରିବାର ଦାୟିତ୍ୱ ବହନ କଲେ |ଏଣୁ ସରକାର ଙ୍କ ଦ୍ୱାରା ନିର୍ମିତ ହେଲା ଡାକ୍ତରଖାନା ଏବଂ ନିଯୁକ୍ତି ହେଲେ ଅନେକ ବିଜ୍ଞ ଡାକ୍ତର | ଲୋକଙ୍କ ମୌଳିକ ସୁବିଧା ପାଇଁ ରାଜ୍ୟ ସରକାର ଯେଉଁ ସ୍ୱାସ୍ଥ୍ୟ ବିଭାଗ ର ବ୍ୟବସ୍ତା କରିଛନ୍ତି ସେଠିତ ଆଉ ବିଶ୍ୱାସ ଭରସା ଉପରେ ଡାକ୍ତର ନିଯୁକ୍ତି ପାଇବେନି ତେଣୁ ଏହାର ସମାଧାନ ପାଇଁ ଶିକ୍ଷା ବ୍ୟବସ୍ତା କରାଗଲା ଏବଂ ଉପଯୁକ୍ତ ଯୋଗ୍ୟ ବ୍ୟକ୍ତି ଙ୍କୁ ସେମାନେ ଶିକ୍ଷା ଗ୍ରହଣ କରୁଥିବା ଅନୁଷ୍ଠାନ ପକ୍ଷରୁ ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ଏକ ପ୍ରମାଣପତ୍ର ଦିଆଗଲା , ଯାହା ଦ୍ୱାରା ସେମାନେ ଡାକ୍ତର ବିଦ୍ୟା ସମ୍ପୂର୍ଣ ଭାବରେ ଜାଣିଛନ୍ତି ଏବଂ ଲୋକଙ୍କ ସେବାରେ ନିୟୋଜିତ ପାଇଁ ଯୋଗ୍ୟବିବେଚିତ ବୋଲି ଜଣାପଡିବ |ସମୟର ସହ ଲୋକ ସଂଖ୍ୟା ବଢିବା ସହ ଆଜିର ଦୁନିଆରେ ଡାକ୍ତରଙ୍କ ସଂଖ୍ୟା ମଧ୍ୟ ବଢିଲା ଏବଂ ଅନେକ ଡାକ୍ତରଖାନା ମଧ୍ୟ ନିର୍ମାଣ କରାଗଲା |ସମୟକ୍ରମେ ଡାକ୍ତରିବିଦ୍ୟା ପାଇଁ ମୂଲ୍ୟ ଦେବାର ପରିମାଣରେ ମଧ୍ୟ ବୃଦ୍ଧି ଘଟିଲା | ଏଣୁ ଟଙ୍କା ଥିବା ଲୋକେ ଶିକ୍ଷିତ ହୋଇ ସାର୍ଟିଫିକେଟ ପାଇ କର୍ମରେ ନିୟୋଜିତ ହେଲେ ଟଙ୍କା ନଥିବା ଲୋକେ ଡାକ୍ତରି ବିଦ୍ୟା ଜାଣିବି ପଇସା ଅଭାବରୁ ସାର୍ଟିଫିକେଟ ନପାଇ ଗାଁ ଗାଁ ରେ ଲୋକଙ୍କ ସେବାରେ ଲାଗିପଡିଲେ |କୌଣସି ଡାକ୍ତରଖାନା ବା ସେମାନଂକୁ ସରକାରୀ ପକ୍ଷରୁ ବା କୌଣସି ଅନୁଷ୍ଠାନ ପକ୍ଷରୁ ଡାକ୍ତର ପଦବୀ ଦିଆଯାଇନଥିବାରୁ ସେମାନେ ଡାକ୍ତର ପାଇଁ ଅଯୋଗ୍ୟ ବୋଲି ତାଙ୍କୁ ଏକ ନାମକରଣ ଦିଆଗଲା କ୍ୱାକ୍  ଡାକ୍ତର ବା ମିଛ ଡାକ୍ତର |

      ୯ ଫେବୃଆରୀ ୨୦୧୮ ମସିହାରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ତରଫରୁ ଏକ ସର୍ଭେ ଅନୁସାରେ ଭାରତ ବର୍ଷ ରେ ୧ ମିଲିୟନ ରୁ ଅଧିକ ଏହି କ୍ୱାକ୍ ଡାକ୍ତର ଅଛନ୍ତି | ଯଦି ଆମେ ଓଡ଼ିଶା କଥା କହିବା ତେବେ ଏପରି ଡାକ୍ତର ଅନେକ ଅଛନ୍ତି ଯେଉଁ ମାନେ କି ସମ୍ପୂର୍ଣ ଭାବରେ ଯୋଗ୍ୟ ହୋଇ ମଧ୍ୟ ଆଜି ମିଛୁଆ ଡାକ୍ତର ର ଉପାଧି ପାଇଛନ୍ତି | ଯଦି ଆମେ ଥରେ ସେମାନଙ୍କ ଉପରେ ଗବେଷଣା କରିବା ତେବେ ଲକ୍ଷ୍ୟ କରିବେ ଅନେକ ଗ୍ରାମ ଅଂଚଳ ରେ ଏହି ଡାକ୍ତର ମାନଙ୍କ ପ୍ରାଥମିକ ଚିକିତ୍ସା ହିଁ ଅନେକ ପରିମାଣରେ ଲୋକଙ୍କୁ ଭଲ କରିଛି | ଦୁର୍ଗମ ଅଂଚଳ ରେ ଯେଉଁଠି ଆଜିବି ସରକାରଙ୍କ କୌଣସି ଚିକିତ୍ସା ଲୋକଙ୍କ ପାଖରେ ପହଞ୍ଚି ପାରୁନି ସେଠାକୁ ଯାଇ ଏହି କ୍ୱାକ୍ ଡାକ୍ତର ମାନେ ହିଁ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ରହି ଲୋକଙ୍କୁ ନିରୋଗ କରୁଛନ୍ତି | ଏହି ଶ୍ରେଣୀର ଡାକ୍ତର ଏସି ରୁମ ରେ ବସି ମେସିନ ସାହାଯ୍ୟରେ ପରୀକ୍ଷା କରିନଥାନ୍ତି ସତ କିନ୍ତୁ ସର୍ବଦା ରୋଗୀଙ୍କ ପାଖରେ ରହି ଅନେକ ଅନୁଭୂତି ରେ ରୋଗୀଙ୍କ ସହ ଜଡିତ ଥାନ୍ତି | ଏପରିକି ଅନେକ ସ୍ଥାନରେ ଦଣ୍ଡିସ, କାମଳ ରୋଗ, କାଛୁ, ବାତରୋଗ , ହଇଜା ଭଳି ସାଙ୍ଘାତିକ ପରିସ୍ଥିତି ରେ ଘରକୁ ଘର ବୁଲି ସେବାରେ ଲୋକଙ୍କୁ ଭଲ କରନ୍ତି |ଅନେକ ସମୟରେ ଲୋକଙ୍କୁ ନିଜ ହେପାଜତ ରେ ରଖି ଭଲ କରିବା ସହ କେଉଁ ପରିସ୍ଥିତି ରେ ରୋଗୀଙ୍କୁ କେଉଁ ଉପଚାର ଆବଶ୍ୟକ ସେମାନେ ତାହା କରି ଉପଶମ ଦିଅନ୍ତି ଏବଂ ଏକ ନୂଆ ଜୀବନ ମଧ୍ୟ ଲୋକମାନେ ପାଇଥାନ୍ତି |

      ଯଦି ଆଜିର ଦିନରେ ଏଭଳି ଡାକ୍ତରଙ୍କ ପରିମାଣ ବଢିବା ର କାରଣ ଖୋଜାଯାଏ ତେବେ ଶିକ୍ଷା କ୍ଷେତ୍ରରେ ଡାକ୍ତରି ବିଦ୍ୟା ପାଇଁ ଅନେକ ବିଜ୍ଞ ଶିକ୍ଷକ ଏବଂ ଅନେକ ଉଚ୍ଚମାନର ମହାବିଦ୍ୟାଳୟ ମଧ୍ୟ ରହିଛି ପରନ୍ତୁ ଗରିବ ବା ମଧ୍ୟବିତ୍ତ ଶ୍ରେଣୀର ପିଲାମାନେ ସେଥିପାଇଁ ଅସମର୍ଥ | ସ୍କଲାରସିପ୍ ବ୍ୟବସ୍ଥା ଗୋଟେ ପ୍ରକାର ସୁବିଧା ଦେଉଥିଲେ ବି ଏ କ୍ଷେତ୍ରରେ ଆହୁରି ଦୃଷ୍ଟି ଦେବାକୁ ପଡିବ | ପରନ୍ତୁ ଭବିଷ୍ୟତ ପାଇଁ ଦିନକୁ ଦିନ ସରକାର ଅନେକ ଯୋଜନା ଆରମ୍ଭ ହେଉଛି କିନ୍ତୁ ଅତୀତ ରେ ଯେଉଁ ବ୍ୟକ୍ତିବିଶେଷ ଅର୍ଥ ପାଇଁ ହେଉ କିମ୍ବା ପାରିବାରିକ ସମସ୍ୟା ପାଇଁ ନିଜକୁ ଡାକ୍ତର ପଦବୀ ର ପରିଚୟ ରୁ ବଞ୍ଚିତ କରି ନିସ୍ଵାର୍ଥପରତା ର ସହ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଇଁ କଣ ଅନୁଦାନ ନାହିଁ କି  ? ସେମାନଙ୍କ ଯୋଗ୍ୟତା କୁ ପରିଚିତ କରିବା କଣ ଅସମ୍ଭବ  ? ମାନୁଛୁ ଦିନକୁ ଦିନ ନକଲି ଡାକ୍ତର ଙ୍କ ସଂଖ୍ୟା ବଢୁଛି | ପରନ୍ତୁ ଯେଉଁ ଡାକ୍ତରମାନେ ଡାକ୍ତରୀବିଦ୍ୟା ରେ ପାରଙ୍ଗମ ସେମାନେ କାହିଁକି ଅପଦସ୍ତ ହେଉଛନ୍ତି | କ୍ଵକ୍‌ ଶବ୍ଦ ର ବ୍ୟବହାର କରି କାହିଁକି ଗୋଟେପ୍ରକାର ନକରାତ୍ମକ ଚିନ୍ତାଧାରା ରେ ଲୋକଙ୍କୁ ରଖାଯାଇଛି | ପ୍ରଥମେ ତ ସେମାନେ ସରକାରୀ ଯୋଜନାରୁ ବଂଚିତ ହୋଇ ନିଜର ପଦବୀ ପାଇବାରୁ ବଂଚିତ ହେଲେ ଅନ୍ୟପଟେ ତାଙ୍କ ସେବାକାର୍ଯ୍ୟ କୁ ଚିହ୍ନିବା ପରିବର୍ତ୍ତେ ମିଛୁଆ ଡାକ୍ତର ର ପରିଚୟରେ ବଞ୍ଚିଲେ | ଆମେ କହୁନୁ ସରକାର ଭୁଲ ସେମାନେ ପ୍ରମାଣପତ୍ର ଖୋଜୁଛନ୍ତି ପରନ୍ତୁ ଦୀର୍ଘ ଦିନରୁ ଯେଉଁ ବ୍ୟକ୍ତିବିଶେଷ ରୋଗୀଙ୍କୁ ସଠିକ ଭାବରେ ଚିକିତ୍ସା କରୁଛନ୍ତି ସେମାନଂକ ପାଇଁ କିଛି ପଦବୀ ଦିଆଯିବା କଣ ଭୁଲ ? ସେହି ସରକାରୀ ପଦବୀ ପ୍ରାପ୍ତ ସାର୍ଟିଫିକେଟ ହିଁ କଣ ଯୋଗ୍ୟତା ଜାଣିବାର ଗୋଟେ ମାତ୍ର ଉପାୟ ଆଉ କିଛି ଉପାୟରେ ଏମାନଂକୁ ଯୋଗ୍ୟବିବେଚିତ କରାଯାଇପାରିବ ନାହିଁ | ନକଲି ଡାକ୍ତର ଧରି ସେମାନଂକୁ ଦଣ୍ଡ ଯଦି ଦିଆଯାଇପାରୁଛି ତେବେ ଅସଲି ଡାକ୍ତର ଙ୍କୁ ଖୋଜିବାରେ କେଉଁଠି ଅସୁବିଧା ?
      ଯଦି ଲୋକସଂଖ୍ୟା ହିସାବରେ ଦେଖିବା ତେବେ ଆହୁରି ଡାକ୍ତରଖାନା ଆବଶ୍ୟକତା ରହିଛି ଓଡିଶାରେ ଏବଂ ଅନେକ ଡାକ୍ତରଖାନାରେ ମଧ୍ୟ ଆବଶ୍ୟକ ଡାକ୍ତର ନିୟୋଜିତ ନାହାନ୍ତି | ଗୋଟେ ପଟେ ଡାକ୍ତର ମାନଙ୍କ ଅଭାବ ଅନ୍ୟ ପଟେ ପ୍ରକୃତ ଡାକ୍ତରଙ୍କୁ ନକଲିର ମାନ୍ୟତା | ଡାକ୍ତରି ଶିକ୍ଷା ସମାପ୍ତ ପରେ ଯଦି ସେମାନଂକୁ ଅଭ୍ୟାସ ପାଇଁ କିମ୍ବା ଅଧିକ ଜାଣିବା ପାଇଁ ବିଭିନ୍ନ ଡାକ୍ତରଖାନରେ ନିୟୋଜିତ ହେବାର ଅନୁମତି ସରକାର ଦେଉଛନ୍ତି ତେବେ ନକଲି ଡାକ୍ତର ମଧରେ ଅସଲି ଖୋଜିବା ସହ ସେମାନଂକୁ ସୁଯୋଗ କାହିଁକି ଦିଆଯାଇପାରିବ ନାହିଁ | ହୋମ୍ୟପାତିକ ହେଉ କି ଏଲୋପାତିକ ଭଳି ଚିକିତ୍ସା ଅନେକ ଗୁଣରେ ଲାଭବାନ ବୋଲି ପ୍ରମାଣ ମଧ୍ୟ ହେଉଛି | ଏହି ବର୍ଗର ଡାକ୍ତର ହୁଏତ ଡାକ୍ତରୀ ପରୀକ୍ଷାରେ ଉତୀର୍ଣ୍ଣ ହୋଇନଥିବେ ବା ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା କମ ପରନ୍ତୁ ଠକ ନୁହନ୍ତି କି ଅପରାଗମ ଡାକ୍ତର ବୋଲି ଏମାନଂକୁ କାହିଁକି ଗୋଟେ କଳୁଷିତ ପଦବୀରେ ଛାଡିଦିଆ ଯାଉଛି |ଏଣୁ ଏମାନଂକୁ କାହିଁକି ସୁଯୋଗରୁ ବଂଚିତ କରାଯାଉଛି | ସରକାରୀ ହେଉ ବା ବେସରକାରୀ ଡାକ୍ତର ଟଙ୍କାପ୍ରାପ୍ୟ ପାଇ ମଧ୍ୟ ନିଜର କର୍ତଵ୍ୟ ରେ ଅବହେଳା କରୁଛନ୍ତି କିନ୍ତୁ ଏହି ବର୍ଗର ଡାକ୍ତର ବିନା ପ୍ରାପ୍ୟରେ ବିନା ସ୍ୱାର୍ଥରେ ଲୋକସେବା ଜାରି ରଖିଛନ୍ତି | ଏଣୁ କିଏ କେଉଁ ମହାବିଦ୍ୟାଳୟରୁ ଶିକ୍ଷିତ ତାହା ନଦେଖି କିଏ ପ୍ରକୃତ ବିଦ୍ୟାରେ ପାରଙ୍ଗମ ଏବଂ ନିଷ୍ଠାପର ଭାବରେ କର୍ତଵ୍ୟରତ ତାହା ଦେଖିବା କଣ ଉଚିତ ନୁହେଁ | ସରକାରୀ ପ୍ରାପ୍ତ ବା ସାର୍ଟିଫିକେଟ ପ୍ରାପ୍ତ ସେହି ବିଜ୍ଞ ଡାକ୍ତର ମାନେ ଭୁଲ ବଶତଃ ରୋଗୀଙ୍କ ମୃତ୍ୟୁ ର କାରଣ ମଧ୍ୟ ହୋଇଛନ୍ତି ପରନ୍ତୁ କେବେ ହୋମିଓପାତିକ କି ଏଲୋପାତିକ ଖାଇ ରୋଗୀଙ୍କ ମୃତ୍ୟୁ ହେବା କେତେ ପରିମାଣରେ ଘଟୁଛି | ଭଲ ହେବାକୁ ହୁଏତ ସମୟ ଲାଗିପାରେ କିନ୍ତୁ ଭୁଲ ଔଷଧ ତ ଦେଉନାହାନ୍ତି | ଏଣୁ ଆଜିର ଆମର ସ୍ଲୋଗାନ " ନକଲି ଶବ୍ଦ ମଧ୍ୟ ରେ ଅସଲି ବୁଡିନଯାଉ " ସାର୍ଟିଫିକେଟ ନୁହେଁ ଯୋଗ୍ୟତା ର ପରୀକ୍ଷା କରାଯାଉ |

Leave a Reply

Your email address will not be published. Required fields are marked *