ବାଲିଗୁଡା ରେ ବିଜେଡି ର ପରିବାର ସମ୍ପର୍କ ଅଭିଯାନ

ବାଲିଗୁଡା 23/1/24 କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ 8ରେ ବିଜେଡି ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ସହିତ ପରିବାର ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି | ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବାଲିଗୁଡା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଅଜୟ ମହାରଣା, ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ,ବାଲିଗୁଡା ନଗର ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀ କାଉନସିଲର ହରପ୍ରିୟା ତ୍ରିପାଠୀ, ରଶ୍ମିତା ପାଢ଼ୀ, ଶଶୀ କୁମାର ଦିଗାଲ ସମେତ ବିଜେଡି କର୍ମୀ ଏହି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ସହିତ ପରିବାର ସମ୍ପର୍କ ଅଭିଯାନ ରେ ସାମିଲ ହୋଇଥିଲେ | ଏହି କାର୍ଯ୍ୟକ୍ରମ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ବୋଷ ଙ୍କ ଜନ୍ମଦିନ ରେ ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ବିଜୁ ବାବୁ ଙ୍କ ଜୟନ୍ତୀ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ପରିବାର ସମ୍ପର୍କ ଅଭିଯାନ ରେ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନ ହିତକର କାର୍ଯ୍ୟ ସମ୍ପର୍କ ରେ ଘରେ ଘରେ ବିଜେଡି ଦଳ ପକ୍ଷରୁ ଲୋକଙ୍କୁ ଅବଗତ କରାଯିବ |

Leave a Reply

Your email address will not be published. Required fields are marked *