ବରିଷ୍ଠ ଗାର୍ଡଙ୍କୁ ବିଦାୟ ସମ୍ବର୍ଦ୍ଧନା
ଜଟଣୀ-୨୬-୧୧-୨୧– ଖୋର୍ଦ୍ଧା ଜିଲ୍ଲା ଜଟଣୀ ମୁଖ୍ୟ ଡାକଘର ସାମନା ଗାର୍ଡ୍ସ କାଉନସିଲ ଅଫିସରେ ଅଲ ଇଣ୍ଡିଆ ଗାର୍ଡ୍ସ କାଉନସିଲ ତରଫରୁ ବରିଷ୍ଠ ମେଲ ଏକ୍ସପ୍ରେସ ଗାର୍ଡ ପି.ଏସ.ରାଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ରାଓ ଜଣେ ନିଷ୍ଠାପର କର୍ମୀ ଓ ଗାର୍ଡ୍ସ କାଉନସିଲ ମୁଖ୍ୟ ଉପଦେଷ୍ଟା ମଧ୍ୟ ଥିଲେ । ସେ ଜଣେ ଅତି ଶାନ୍ତ ମେଳାପୀ ସ୍ୱଭାବର ବ୍ୟକ୍ତି ଅଟନ୍ତି।ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ ର କାମନା କରିଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମ ରେ। ସମ୍ବର୍ଦ୍ଧନା ସଭାରେ ସଭାପତିତ୍ୱ କରିଥିଲେ ଅଲ ଇଣ୍ଡିଆ ଗାର୍ଡ୍ସ କାଉନସିଲର ଆସିଷ୍ଟାଣ୍ଡ ଜେନେରାଲ ସେକ୍ରେଟାରୀ ସନ୍ତୋଷ ନିଶଙ୍କ । ଏ.ଓ.ଏମ୍ (କୋଚିଂ)ଲଷ୍ମୀଧର ଦାସ,ଷ୍ଟେସନ ମ୍ୟାନେଜର ଆର.କେ.ମଲ୍ଲିକ ଉପସ୍ଥିତ ଥିଲେ।ଏହି ସଭାରେ ଗାର୍ଡ ଅଲିମ ଖାନ,ପ୍ରଭାକର ସ୍ବାଇଁ ଙ୍କ ସମେତ ବହୁ ଗାର୍ଡ୍ସ ଓ ଅବସରପ୍ରାପ୍ତ ଗାର୍ଡ ଅନୀଲ ସାହୁ, ପି.କେ.ମହାରଣା, ଏ.କେ.ମହାନ୍ତି, ବି.କେ.ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ ଓ ରଶ୍ମିରଞ୍ଜନ ସ୍ବାଇଁ ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ରିପୋର୍ଟ- ଶୁଭେନ୍ଦ୍ର ଶତପଥୀ।
