ଶ୍ରୀଜଗନ୍ନାଥଙ୍କ ପୋଢ଼ୁଁଆ ଭାର

ନିଆଳି ମାଧବ ମନ୍ଦିରରୁ ମାଧବାନନ୍ଦ ଜୀଉ ବିକାଶ ପରିଷଦ ପକ୍ଷରୁ ପ୍ରଥମାଷ୍ଟମୀ ଅବସରରେ ନୂତନ ପୋଢ଼ୁଁଆ ବସ୍ତ୍ର ଶ୍ରୀଜଗନ୍ନାଥଙ୍କ ଉଦ୍ୟେଶ୍ୟରେ ଲାଗି କରାଇବା ପାଇଁ ଆଜି ମାଧବ ମନ୍ଦିର ପକ୍ଷରୁ ଶ୍ରୀମନ୍ଦିରକୁ ପ୍ରଦାନ କରାଯାଇଛି। ନିଆଳି ମାଧବାନନ୍ଦ ଜୀଉ ମନ୍ଦିର ପକ୍ଷରୁ ଶ୍ରୀ ମାଧବାନନ୍ଦ ଜୀଉ ଶ୍ରୀଜଗନ୍ନାଥଙ୍କ ମାମୁଁଘର ବୋଲି ଦାବି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଳି ମାଧବ ମନ୍ଦିରରୁ ଆସିଥିବା ପୋଢ଼ୁଁଆ ବସ୍ତ ଓ ଭାରକୁ ଦାନ ହିସାବରେ ଗ୍ରହଣ କରାଯାଇଛି । ଆଜି ନିଆଳିରୁ ଶତାଧିକ ଭକ୍ତ ଶୋଭାଯାତ୍ରାରେ ଆସି ଗୁଣ୍ଡିଚାମନ୍ଦିର ନିକଟରେ ପହଂଚିବା ପରେ ସେଠାରୁ ଘଣ୍ଟ, ବାଦ୍ୟ ଓ ସଂକୀର୍ତନ ସହକାରେ ପୁନର୍ବାର ବଡଦାଣ୍ଡରେ ଏକ ଶୋଭାଯାତ୍ରାରେ ଯାଇ ଭାର ଗୁଡିକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଥିଲେ ।

Leave a Reply

Your email address will not be published. Required fields are marked *