ସିମେଣ୍ଟ କମ୍ପାନିର କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ
କାମାକ୍ଷାନଗର,୨୬.୧୧.୨୦୨୧- ଦୁଇ ସିମେଣ୍ଟ କମ୍ପାନିର କର୍ମଚାରିଙ୍କୁ ମରଣା। କାମାକ୍ଷାନଗର ମେଡିକାଲରେ ଭର୍ତ୍ତି। ଦୁଇ କର୍ମଚାରି ହେଲେ ଟେକନିକାଲ ଅଫିସର ଅଭିଳାଷ ମାହାନ୍ତି ଓ ସେଲସ୍ ଅଫିସର ଅଜୟ ମୁଦୁଲି । ସୁଚନା ମୁତାବକ କାମାକ୍ଷାନଗର ଥାନା ରେକୁଳା ଗ୍ରାମକୁ OCL ସିମେଣ୍ଟ କମ୍ପାନୀର କର୍ମଚାରି କମ୍ପାନି ତରଫରୁ ଦିଆଯାଇଥିବା ଡିଲରସିପ କେନ୍ଦ୍ରକୁ ଅଡିଟିରେ ଆସିଥିଲେ। ଅନ୍ୟ ଏକ ସିମେଣ୍ଟ କମ୍ପାନିର ଡିଲରସିପ ର ମାଲିକ ସମେତ ତିନି ଜଣ ଅତର୍କିତ ଭାବେ ମରଣାତ୍ମକ ଆକ୍ରମଣ କରିଥିଲେ। ଗୁରୁତର ଭାବେ ଦୁଇ କର୍ମଚାର କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
