ନୂଆଦିଲ୍ଲୀର ଓଡ଼ିଆ ୱେଲଫେଆର ଆସୋସିଏସନ (ଓ.ଡବ୍ଲୁ.ଏ,)ର ପଞ୍ଚମ ବାର୍ଷିକ ଜୟନ୍ତୀ ଉତ୍ସବ

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀ ରେ ଥିବା ସାମାଜିକ ଓ ସାଂସ୍କୃତିକ ସଂଗଠନ “ଓଡ଼ିଆ ୱେଲ ଫେଆର ଆସୋସିଏସନ “ଗତକାଲି ସନ୍ଧ୍ୟା ରେ ସରକାର ଙ୍କ କୋଭିଡ କଟକଣା କୁ ଅନୁପାଳନ କରି ତାହାର ପଞ୍ଚମ ବାର୍ଷିକ ଜୟନ୍ତୀ ଉତ୍ସବ ଉତ୍ସାହ ସହକାରେ ସ୍ଥାନୀୟ ମେହୁରଲି ଅଗ୍ରସେନ ବଟିକା ଭବନ ପରିସରରେ ପାଳନ କରିଛି। ସନ୍ଧ୍ୟା ରେ ଆୟୋଜିତ ଏହି ଉତ୍ସବ ରେ କେନ୍ଦ୍ର ପାଣିପାଗ ବିଭାଗ ର ମହାନିର୍ଦେଶକ ଡ଼ଃ ମୃତ୍ୟୁଞ୍ଜୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଵା ସହ ସଂଗଠନ କୁ ଗୋଟିଏ କୁନି ଛୁଆ ବୋଲି ଅଭିହିତ କରି କହିଥିଲେ ବିଗତ ଚାରିବର୍ଷ ରୁ ଉର୍ଦ୍ଧ ସମୟ ଧରି ଓଡ଼ିଆ ୱେଲଫେଆର ସଂଗଠନ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ କରି ସ୍ଥାନୀୟ ଲୋକ ଙ୍କ ପାଖରେ ପ୍ରଶଂସନୀୟ ହୋଇପାରିଛି। ପ୍ରଦୂଷଣ ଓ ଜନବହୁଳ ମହାନଗର ଦିଲ୍ଲୀ ରେ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏଥିନେଇ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଭଳି ଏକ ଶିକ୍ଷଣୀୟ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ରକ୍ତଦାନ ଭଳି ଏକ ମହତ କାର୍ଯ୍ୟକ୍ରମ ଶିବିର ର ଆୟୋଜନ କରିବା, ରାଜ୍ୟର ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖିବା ପାଇଁ ବିଭିନ୍ନ ପୂଜା ପାର୍ବଣ ର ଆୟୋଜନ, ଓଡ଼ିଆ ଭାଷା ର ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ କରିବା, ବିଶେଷ କରି ଲକଡାଉନ ସମୟରେ ଗରିବ ଜନସାଧାରଣ ଙ୍କୁ ଶୁଖିଲା ଖାଦ୍ୟ ବିତରଣ କରିବା, କୋଭିଡ ସମ୍ପର୍କ ରେ ଜନ ସେଚେତନତା ସୃଷ୍ଟି କରିବା ଓ ଯେଉଁ ସ୍ୱଚ୍ଛ ଭାରତ ସଚେତନତା କାର୍ଯ୍ୟକ୍ରମ କରିଚାଲିଛି ତାହା ରାଷ୍ଟ୍ରୀୟ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଆଶାପ୍ରକଟ କରିବା ସହ ଶେଷରେ ସଂଗଠନ ର ଉତ୍ତରୋତ୍ତର କାମନା କରିଥିଲେ.ଆୟୋଜିତ ଉତ୍ସବ ରେ ବରିଷ୍ଠ ପୋଲିସ ପ୍ରଶାସକ ତଥା କେନ୍ଦ୍ର ପଂଚାୟତରାଜ ବିଭାଗ ର ଯୁଗ୍ମ ଶାସନ ସଚୀବ ଡ଼. ସଂଜୀବ ପାଟଜୋଷୀ ସମ୍ମାନୀୟ ଅତିଥି ଭାବେ ଏଥିରେ ଯୋଗଦେଇ କହିଥିଲେ ଓଡିଶା ର ବିଭିନ୍ନ ପରମ୍ପରା କୁ ଉଜ୍ଜୀବିତ କରି ରଖିବା ସହ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରି ଦିଲ୍ଲୀ ର ବହୁ ପ୍ରବାସୀ ଓଡ଼ିଆ ସଂଗଠନ ଇତି ମଧ୍ୟରେ ଜନସେଚେତନତା ସୃଷ୍ଟି କରି ଆସୁଥିବା ବେଳେ ଓ ପରିଚୟ ସୃଷ୍ଟି କରି ଆସୁଥିବା ବେଳେ ଆଜି ଓଡ଼ିଆ ୱେଲ ଫେୟାର ସଂଗଠନ ମଧ୍ୟ ନିଜର ସୀମିତ ସମ୍ବଳ ମଧ୍ୟରେ କିଛି ନା କିଛି ଲୋକାଭିମୁଖୀ କାର୍ଯ୍ୟକ୍ରମ କରି ଚାଲିଛି। ଯାହା ପ୍ରଶଂସନୀୟ. ରାଷ୍ଟ୍ରର ବିକାଶ ପାଇଁ ସମସ୍ତ ଙ୍କ ମିଳିତ ସହଯୋଗ ର ଆବଶ୍ୟକତା ରହିଛି. ଇତିମଧ୍ୟରେ ଭୟାବହ କୋରାନଯୋଗୁ କିଛି ପ୍ରବାସୀ ଓଡ଼ିଆ ଙ୍କ ଜୀବନ ଚାଲିଯାଇଛି ଯାହା ଆମ୍ଭମାନଙ୍କ ପାଇଁ ଅତନ୍ତ ଦୁଃଖଦାୟକ। ଲୋକ ଡାଉନ ଯୋଗୁ ଅନେକ ଜୀବିକା ହରାଇ ମାନସିକ ସ୍ତର ରେ ଭାଙ୍ଗି ପଡିଛନ୍ତି. ବର୍ତ୍ତମାନ ଅବସ୍ଥା ଧୀରେ ଧୀରେ ସୁଧୀରିବା ରେ ଲାଗିଛି। ସ୍ୱାସ୍ଥ୍ୟ ହିଁ ସମ୍ପଦ। ସ୍ୱାସ୍ଥ୍ୟ ପାଇଁ ସମେସ୍ତେ ଯତ୍ନବାନ ହେବା ଉଚିତ. ଥରେ ଶରୀର ରେ କୌଣସି ଜଟିଳ ରୋଗ ର ସମସ୍ୟା ଦେଖାଗଲେ ସେଥିରେ ଖର୍ଚ୍ଚ ବହୁଳ ହୋଇଥାଏ। ଆର୍ଥିକ ଅନାଟନ ଦେଇ ଗତି କରୁଥିବା ସାଧାରଣ ଜନତା ଏଥିରେ ଭାଙ୍ଗି ପଡ଼ିଥାନ୍ତି ଏବଂ ନିଜର ସଂଚିତ ଧନ ହରାଇଥାନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଅନାବଶ୍ୟକ ଅର୍ଥ ଅପବ୍ୟୟ ରୁ ନିବୃତ୍ତି ରହି ଭବିଷ୍ୟତ ର ଆର୍ଥିକ ସୁରକ୍ଷା ନିମନ୍ତେ ସଂଚୟର ପ୍ରାସଙ୍ଗିକତା ସଂମ୍ପର୍କ ରେ ସବିଶେଷ ଆଲୋଚନା କରିଥିଲେ। କେନ୍ଦ୍ର ସରକାର ଏଥିନେଇ ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ କରିଚାଲିଛନ୍ତି ଓ ଯୁଗାନ୍ତକାରୀ ପଦେକ୍ଷପ ନେଇଛନ୍ତି। ଏ ସବୁ ଯୋଜନା ବାବତ ରେ ସାଧାରଣ ଜନତା ଅବଗତ ହେବା ଦରକାର ବୋଲି କହିବା ସହ ସଂଗଠନ ର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ନିଗମ (କାଉନସିଲର ) ଶ୍ରୀମତୀ ଆରତୀ ସିଂ ନିଜର ବକ୍ତବ୍ୟ ରଖିଥିବା ବେଳେ .ଭାରତୀୟ ଜନତା ପାର୍ଟୀ ଓ. ବି. ସି. ମୋର୍ଚା ର ଜାତୀୟ ସଚୀବ ଗଜେନ୍ଦ୍ର ଯାଦବ ଅନ୍ୟତମ ଅଥିତି ଭାବେ ଏଥିରେ ଯୋଗଦେଇ ଓଡିଶା ର ବାତାବରଣ, ଖାଦ୍ୟପେୟ କୁ ଉଚ୍ଚ ପ୍ରଶଂସା କରି କହିଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡିଶା କୁ ସବୁ କିଛି ଦେଇଛନ୍ତି। ଓ. ଡବ୍ଲୁ. ଏ. ମହାପ୍ରଭୁ ଜଗନ୍ନାଥ ଙ୍କ ଯାତ୍ରା କରି ମେହୁରଲି ମାଟି କୁ ଧନ୍ୟ କରିଛି. ମେହୁରଲି ଦିଲ୍ଲୀ ର ଏକ ପୁରାତନ ସହର. ଦେଶ ର ବିଭିନ୍ନ ଭାଗ ର ଲୋକେ ଏଠାରେ ବସବାସ କରୁଛନ୍ତି। ବୌଦ୍ଧ ଧର୍ମ ର ଜୈନ ମନ୍ଦିର ଠାରୁ ଆରମ୍ଭ କରି, ମୁସଲିମ ସମ୍ପ୍ରଦାୟ ର ବହୁ ପୁରାତନ ମସଜିଦ, ହିନ୍ଦୁ ଧର୍ମ ର ବହୁତ ପୁରାତନ ଦେବା ଦେବୀ ଯୋଗମାୟା ଭଳି ମନ୍ଦିର ଏଠାରେ ରହିଛି। ମେହୁରଲି ରେ ଏହି ଓଡ଼ିଆ ସଂଗଠନ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ କରିଚାଲିଛି ଯାହା ପ୍ରଶଂସନୀୟ.ଶେଷରେ ସ୍ଥାନୀୟ କୁନିକୁନି ପିଲାମାନଙ୍କୁ ସେମାନଙ୍କର ମନୋବଳ ବୃଦ୍ଧି ପାଇଁ ଆଗାମୀ ଦିନରେ ମଞ୍ଚ ରେ ସୁଯୋଗ ଦେବା ପାଇଁ ପରମାର୍ଶ ଦେଇଥିଲେ। ପ୍ରାରମ୍ଭରେ ସଂଗଠନ ର ସଭାପତି ସ୍ୱାଗତ ଭାଷଣ ଦେବା ସହ ଅତିଥି ମାନଙ୍କୁ ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ, ଓ ଉପଢୌକନ (ମୋମେଂଟ )ଦେଇ ସମ୍ୱର୍ଦ୍ଧିତ କରିଥିଲେ. ଏହି ଅବସରରେ ସାହିତ୍ୟ କଳା ଏକାଡେମି ର କଳାକାର ମାନଙ୍କ ଦ୍ୱାରା କିଛି ସମୟ ଧରି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।

ରିପୋର୍ଟ- ଲକ୍ଷ୍ମୀନାରାୟଣ ବେବର୍ତ୍ତା, ନୂଆଦିଲ୍ଲୀ।

Leave a Reply

Your email address will not be published. Required fields are marked *