ପ୍ରଥମ ଥର କଳାହାଣ୍ଡି ରୁ ଆମ୍ବ ଗଲା ଦୁବାଇ

l ଭବାନୀପାଟଣା (ନି.ପ୍ର)ଆଜି କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ୍ ଅନ୍ତର୍ଗତ ତୁଲାପଡ଼ା ପଞ୍ଚାୟତର ଏକ ଅଖ୍ୟାତ ପଲ୍ଲୀ ସାଡ଼ିଂତରା। ସେହି ମାଟିର ସନ୍ତାନ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ମାଝୀ । ତାଙ୍କର ଧର୍ମପତ୍ନୀ ଶ୍ରଦ୍ଧାଞ୍ଜଳୀ ମାଝୀ । ଶ୍ରଦ୍ଧାଞ୍ଜଳୀ ଙ୍କ ୨୫ ଏକର ପରିମିତ ଆମ୍ବ ବଗିଚାରେ ରହିଛି ୨୫୦ ଆମ୍ରପଲ୍ଲି ,୪୫ ମଲ୍ଲିକା କିସମ ଆମ୍ବ ଗଛ । ୨୦୦୬-୦୭ ରୁ ବଗିଚାରେ ସୃଷ୍ଟି ହୋଇଥିବା ବେଳେ, ପୂର୍ବରୁ କିଲୋ ପିଛା ୧୨ ଟଙ୍କା ଦରରେ ବିକ୍ରୟ କରି ବେଶ୍ ଲାଭବାନ ହୋଇଛନ୍ତି । ୨୧-୨୨ ରେ ୫୦ ଟନ ବାବଦକୁ ୪ ଲକ୍ଷ , ୨୨-୨୩ ରେ ୩୮ ଟନ ବାବଦକୁ ୫ ଲକ୍ଷ ରୋଜଗାର କରିଥିବା ବେଳେ ୨୩-୨୪ ରେ ୫୫ ଟନ ଉତ୍ପାଦନ ହୋଇଛି । କିଲୋ ପିଛା ୫୫ ଟଙ୍କାରେ ଆମ୍ରପଳୀ ଦୁବାଇ କୁ ରପ୍ତାନୀ ହୋଇଛି ଯାହାର ମୂଲ୍ୟ ୬ ଲକ୍ଷ ରୁ ଉର୍ଦ୍ଧ୍ବ । ପୁର୍ଣ୍ଣଚନ୍ଦ୍ର ଉଦ୍ୟାନ ବିଭାଗରେ କାର୍ଯ୍ୟରତ ଓ ଭୁବନେଶ୍ୱର ରେ ତାଙ୍କର ନିଜସ୍ଵ ଏକ ଷ୍ଟଲ୍ ରହିଛି । ନିଜର ଆପ୍ରାଣ ଉଦ୍ୟମରେ ସେ ନିଜ ଜମିରେ ସୃଷ୍ଟି କରିଛନ୍ତି ଆମ୍ବ ବଗିଚା । ବିଭିନ୍ନ ପ୍ରକାରର ଆମ୍ବରେ ଭରପୁର ବଗିଚା ଆଜି ପୂର୍ଣ୍ଣଚନ୍ଦ୍ର ଙ୍କୁ ଦେଇଛି ଯଥେଷ୍ଟ ଆମଦାନୀ । ତାଙ୍କର ବଗିଚାରୁ ବହୁଳ ପରିମାଣର ଆମ୍ବ ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ରପ୍ତାନି ହୋଇଆସୁଥିବା ବେଳେ ଚଳିତ ବର୍ଷ ବିଦେଶ ଦୂବାଇକୁ ରପ୍ତାନୀ ହେଉଛି । ଆଜି ତାଙ୍କ ବଗିଚାରୁ ଆମ୍ବ ନେବା ପାଇଁ ସାନ୍ ଟ୍ରେଡର୍ସ ଭୁବନେଶ୍ୱରରୁ ସୁବ୍ରତ ଘୋଷ ଆସିଥିବା ବେଳେ ଏହା ପି ଏ ଏ ଫୁଡ୍ ଷ୍ଟୁଫ୍ ଟ୍ରେଡିଙ୍ଗ ଦୁବାଇ କୁ ଯିବ ।

Leave a Reply

Your email address will not be published. Required fields are marked *