ପାଞ୍ଚ ଜଣ ଡକାୟତ ଗ୍ୟାଙ୍ଗ ସହ ମାରଣାଅସ୍ତ୍ର ଓ ୫ ଟି ବୋମା ଜବତ ।

ଜଟଣୀ ଥାନା ର ଏସ ଆଇ ସସ୍ମିତା ସାହୁ ଏକ ବିଶେଷ ସୂତ୍ରରୁ ଖବର ପାଇଲେ କିଛି ଯୁବକ ବେଣାପଞ୍ଜରୀ ପଞ୍ଚାୟତ ହାଇସ୍କୁଲ ନିକଟରେ ଏକାଠି ହୋଇ ଖୋର୍ଦ୍ଧା,ଜଟଣୀ ଓ ପିପିଲି କୁ ଯାଉଥିବା ଭାରି ଯାନକୁ ଅଟକାଇ ଡକାୟତି ଉଦ୍ୟମ କରିବା ପାଇଁ ଯୋଜନା କରୁଛନ୍ତି । ଏସ ଆଇ ସସ୍ମିତା ସାହୁ ଓ ତାଙ୍କ ଟିମ୍ ରାତି ୧.୩୦ ମିନିଟ ରେ ଉକ୍ତ ସ୍ଥାନରେ ଚଢାଉ କରି ପାଞ୍ଚ ଜଣ ଯୁବକ କୁ ଗିରଫ କରିବା ସହ ପାଞ୍ଚଟି ଜୀବନ୍ତ ବୋମା,ଗୋଟିଏ ଖଣ୍ଡା,ଦୁଇଟି ଲୁହା ରଡ୍,ଦୁଇଟି ପଲ୍ସର୍,ଏକ ସିଡି ଡିଲକ୍ସ ବାଇକ୍,ଏକ ଧଳା ରଙ୍ଗ ସ୍କର୍ପିଓ ଓ ଚାରୋଟି ମୋବାଇଲ୍ ଫୋନ ଜବତ କରାଯାଇଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ବେଣାପଞ୍ଜରୀ ର

ଏମ୍ଦି ଅର୍ବାଜ ,୨୨( ମଙ୍ଗୁ), ସରିଫ ଖାଁ -୨୦ ( ଚିନ୍ତୁ),ସେଖ ଇସ୍ତାକ୍ ଅହମଦ-୨୨( ସକିଲ) ଓ ତିରିମଲ୍ ପାତ୍ର ସାହିର ର ଦିପ୍ତିରଞ୍ଜନ ଭୁଜବଳ -୨୫( ପିଣ୍ଟୁ)ଓ ସୁମନ୍ତ ପାତ୍ର – ୨୯(କାହୁଁ) । ସମସ୍ତ ଅଭିଯୁକ୍ତଙ୍କ ନାମରେ ଜଟଣୀ ,ଖୋର୍ଦ୍ଧା ,ପିପିଲି ଓ କୁମ୍ଭାରପଡ଼ା ରେ ଏକାଧିକ କେସ ରହିଛି ।ସମସ୍ତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଜଟଣୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *