ନିର୍ବାଚନ ଲାଗି ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସର ଫ୍ଲାଗମାର୍ଚ୍ଚ
ଖୋର୍ଦ୍ଧା,୧୯/୪: ଆସନ୍ତା ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ ଶେଷ କରିବା ପାଇଁ ଶିଳ୍ପାଞ୍ଚଳ ଥାନା ପୋଲିସ ଓ ସୀମା ସୁରକ୍ଷା ବାହିନୀ ପକ୍ଷରୁ ମିଳିତ ଭାବେ ସହରର ମୁକୁନ୍ଦପ୍ରସାଦ, ପୋଡାସାହି ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଥାନା ଆଇଆଇସି ଗାୟତ୍ରୀ ମିଶ୍ରଙ୍କ ନେତୃତ୍ବରେ ଥାନା ନିକଟରୁ ଥାନା କର୍ମଚାରୀ ଓ ସୁରକ୍ଷା ବାହିନୀ କର୍ମୀ ମିଳିତ ଭାବେ ଫ୍ଲାଗମାର୍ଚ୍ଚ ଆରମ୍ଭ କରିଛନ୍ତି । ଏଥିସହିତ ମୁକ୍ତାପୁର, ମଲିପୁର, ନିୟାଳ ପ୍ରଭୁତି ଗ୍ରାମରେ ପୁଲିସ ପଦଯାତ୍ରା କରିଥିଲେ। ଯେପରି ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ଆସନ୍ତା ମେ ୨୫ରେ ସୁରୁଖୁରୁରେ ନିର୍ବାଚନ ହୋଇପାରିବ ଏବଂ ସାଧାରଣ ଜନତା ନିଜ ନିଜର ମତଦାନ ବିନା କୌଣସି ବାଧାବିଘ୍ନରେ କରିବେ ସେ ନେଇ ପୋଲିସ ପକ୍ଷରୁ ନଜର ରଖାଯାଇଛି ।
