ପୂର୍ବତନମନ୍ତ୍ରୀ ୰ ବିଜୟ ଶ୍ରୀ ରାଉତରାୟଙ୍କ ରାଜ୍ୟସ୍ତରୀୟ ଜନ୍ମ ଜୟନ୍ତୀ ପାଳିତ
ଭଦ୍ରକ:୨୮/୭: ବାସୁଦେବପୁର ମାଟିର ଲଢ଼ୁଆ ପୁଅ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୟଶ୍ରୀ ରାଉତରାୟ ସ୍ମୃତି କମିଟି, ଭୁବନେଶ୍ବର ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ସ୍ମୃତିସଭା । ଏହି ସଭାକାର୍ଯ୍ୟ ଆଜି କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଡଚଣା ବିଧାୟକ ଆମର ସଥପଥୀ, ବିଧାୟକ ପ୍ରଶାନ୍ତ କୁମାର ଜଗଦେଵ, ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ , ପୂର୍ବତନ ସାଂସଦ ଓ ବିଧାୟକ ରବି ପାଣି, ପୂର୍ବତନ ବିଧାୟକ ଉମେଶ ସ୍ୱାଇଁ ପୂର୍ବତନ ବିଧାୟକ ଶ୍ରୀ କୁଳମଣୀ ରାଉତ, ରାଜ୍ୟ ମତ୍ସ୍ୟ ନିଗମର ଅଧ୍ୟକ୍ଷ ଅସିତ ପଟ୍ଟନାୟକଙ୍କ ସମେତ ଅନେକ ଅତିଥି ଯୋଗ ଦେଇ ସ୍ବର୍ଗତ ରାଉତରାୟଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ। ସେହିପରି ନିଜ କର୍ମଭୂମୀ ବାସୁଦେବପୁର ରେ ମଧ୍ୟ ଅନୁରୂପ ଭାବେ ସ୍ମୃତିସଭାର ଆୟୋଜନ କରାଯାଇଥିଲା।
ରିପୋର୍ଟ :-ପୁନିଲ କୁମାର ସାମନ୍ତ ।
