ସମର୍ପଣ (ବୃଦ୍ଧାଶ୍ରମ)ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ମାନବ ସେବା ହେଉଛି ମାଧବ ସେବା। ଅସହାୟ ବୃଦ୍ଧବୃଦ୍ଧା ମାନଙ୍କର ସେବା କରି ସ୍ବର୍ଗୀୟ ଆନନ୍ଦ ମିଳୁଛି ବୋଲି କହିଛନ୍ତି ଭୂମିକା ଚକ୍ଷୁ ହସ୍ପିଟାଲର କର୍ମକର୍ତ୍ତା ମାନେ। ଆଜି ଅପରାହ୍ନ ୦୧ ଘଣ୍ଟା ସମୟରେ ଭୂମିକା ଚକ୍ଷୁ ହସ୍ପିଟାଲ ତରଫରୁ ସମର୍ପଣ (ବୃଦ୍ଧାଶ୍ରମ) ରେ ସମସ୍ତ ଅନ୍ତେବାସୀ ମାନଙ୍କର ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କରାଯାଇଛି। ୦୫ ଜଣ ଅନ୍ତେବାସୀ ମାନଙ୍କର ମୋତିଆବିନ୍ଦୁ ଅପରେସନ୍ କରାଯିବା ପାଇଁ ହସ୍ପିଟାଲ ତରଫରୁ ବ୍ଯବସ୍ଥା କରାଯାଇଛି।ଅନୁଷ୍ଠିତ ଏହି ଚକ୍ଷୁ ଚିକିତ୍ସା ଶିବିରକୁ ଭୂମିକା ଚକ୍ଷୁ ହସ୍ପିଟାଲର ସମିମା ଖାତୁନ୍,ରଶ୍ମିତା ବଳ, ଧରିତ୍ରୀ ପ୍ରଧାନ,ହିମାଂଶୁ କୁମାର ବିଧାର,ଦୁର୍ଗାମାଧବ ସ୍ବାଇଁ ପରିଚାଳନା କରିଥିବା ବେଳେ ସମର୍ପଣ ପରିଚାଳନା କମିଟିର ସଂପାଦକ ଅରୁଣ କୁମାର ମହାନ୍ତି ଓ ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ ଉପସ୍ଥିତ ଥିଲେ। ଏହି ଭଳି ପବିତ୍ର ସେବା କାର୍ଯ୍ୟକ୍ରମ ପାଇଁ ଭୂମିକା ଚକ୍ଷୁ ହସ୍ପିଟାଲକୁ ସମର୍ପଣ ତରଫରୁ ଅଶେଷ ଧନ୍ଯବାଦ ଅର୍ପଣ କରାଯାଇଛି।
ରିପୋର୍ଟ -ରାମକୃଷ୍ଣ ରଥ,”ତୀର୍ଥକ୍ଷେତ୍ର” ନୟାଗଡ଼।
