ନଭେମ୍ବର ୧ ତାରିଖରୁ ପୁରୀ ସହରବାସୀ ଶ୍ରୀମନ୍ଦିରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ପାରିବେ

ନଭେମ୍ବର ୧ ତାରିଖ ରୁ ପୁରୀ ସହର ବାସୀ ଶ୍ରୀମନ୍ଦିର କୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ପାରିବେ। ଶ୍ରୀମନ୍ଦିର ପ୍ରଶାସନର ଏହି ନିସ୍ପତି ନେଇଛି। ତେବେ ଏହି ନିସ୍ପତି କୁ ଶ୍ରୀଜଗନ୍ନାଥ ସେନା ନାପସନ୍ଦ କରିଛି । ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି ଆମର ଦାବି ଥିଲା ପୂର୍ବ ଭଳି ଶ୍ରୀମନ୍ଦିର ର ସମସ୍ତ ଦ୍ୱାର ପୁରୀ ସହର ବାସୀ ଙ୍କ ପାଇଁ ଖୋଲାଯାଉ । ଏହାଦ୍ୱାରା ପୁରୀ ସହର ବାସୀ ନିଜ ଇଚ୍ଛା ଅନୁଯାୟୀ ଶ୍ରୀମନ୍ଦିର କୁ ପ୍ରବେଶ କରି ପାରିବେ। ସେହିପରି ପୁରାଣ ର ବର୍ଣ୍ଣନା ଅନୁଯାୟୀ ଶ୍ରୀମନ୍ଦିର ର ଚାରି ଦ୍ୱାର ରେ ପ୍ରବେଶ ନେଇ ଅନେକ ଆଧ୍ୟାତ୍ମିକ ଦିଗ ରହିଛି। ନିଜର ମନସ୍କାମନା ପୂର୍ଣ୍ଣ ପାଇଁ କିଏ କେଉଁ ଦ୍ୱାର ରେ ପ୍ରବେଶ କରିବେ ସେ ନେଇ ଉଲେଖ ରହିଛି। ଏଣୁ ପ୍ରଶାସନ ଶ୍ରୀମନ୍ଦିର ର ନିୟମ ଓ ଆଧ୍ୟାତ୍ମିକ ଦିଗ ନ ଜାଣି କେଵଳ ପଶ୍ଚିମ ଦ୍ୱାର ଖୋଲିବା ପୁରୀ ସହର ବାସି ଙ୍କ ପାଇଁ ଠିକ ନୁହେଁ ବୋଲି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ ମତ ଦେଇଛନ୍ତି। ତୁରନ୍ତ ପ୍ରଶାସନ ପୂର୍ଵ ଭଳି ଶ୍ରୀମନ୍ଦିର ଚାରି ଦ୍ୱାର ପୁରୀ ସହର ବାସି ଙ୍କ ପାଇଁ ଖୋଲିବାକୁ ଶ୍ରୀଜଗନ୍ନାଥ ସେନା ଦାବି କରିଛି।

Leave a Reply

Your email address will not be published. Required fields are marked *