ତିହିଡି ଥାନା ରେ ନ୍ୟାୟ ନ ମିଳିବାରୁ ଏସପିଙ୍କ ଦ୍ବାରସ୍ଥ
ତିହିଡ଼ି ଥାନା ରେ ନ୍ୟାୟ ନ ପାଇଁ ଏସପିଙ୍କ ନିକଟରେ ଫେରାଦ ,ଏହା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ରେ ଘଟଣା କାରଣ ମୁଁ କୁମାରୀ କବିତା ବେହେରା, ବ ୧୭ ର୍ଷ, ପି – ଶ୍ରୀ ରମାକାନ୍ତ ବେହେରା, ସା- ଦକ୍ଷିଣସାହି, ପୋ- ବାହାବଳପୁର, ଥା- ତିହିଡ଼ି, କି – ଭଦ୍ରକ ଅଟେ । ଅପରପକ୍ଷ – ଶ୍ରୀ ରମେଶ ପଣ୍ଡା ଓ ଫ ବାପି ଘଣ୍ଟା, ପି- ପରମାନନ୍ଦ ପଣ୍ଡା, ସା- ଦକ୍ଷିଣସାହି, ପୋ- ବାହାବଳପୁର, ଥା- ତିହିଡ଼ି, କି – ସବୁଜ ଅଟେ ।ତିହିଡ଼ି ମହାବିଦ୍ୟାଳୟର ଯୁକ୍ତ ୨ ଶ୍ରେଣୀର ୧ମ ବର୍ଷ ଛାତ୍ରୀ । ମୋର ବଡ଼ବାପା ପୁଅ ଭାଇ ଦୀପକ ବେହେରା ଗତ ତା-୧୦.୦୯.୨୦୨୪ ରିଖ ସକାଳ ୬.୩୦ ଘଟିକା ସମୟରେ ମୋତେ ମୋଟର ସାଇକେଲରେ ବସାଇ ସେଣ୍ଟରକୁ ଛାଡ଼ିବାକୁ ଆସୁଥିବା ସମୟରେ କାହାବଳପୁର ଚିକିଡ଼ି ଭାସ୍ତାର ପରମାନନ୍ଦପୁର ଛକ ନିକଟରେ ଅପରପକ୍ଷ ଏକ ମୋଟର ସାଇକେଲ ଯୋଗେ ଦ୍ରୁତ ଗତିରେ ଆମ ପାଖ ଦେଇ ଗଲାବେଳେ ଜାଣି ଶୁଣି ପାଣିରେ ଗାଡ଼ିକୁ ପକାଇବାରୁ ମୁଁ ଓ ମୋର ଭାଇ ପାଣି କାଦୁଅରେ ସଡ଼ବଡ଼ ହୋଇଯାଇଥିଲୁ । ମୁଁ ପାଟିକଲାରୁ ଉକ୍ତ ରମେଶ ପଣା ଗାଡ଼ିରଖି ଦୌଡ଼ି ଆସି ମୋ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିଥିଲା ।

ମୋ ଭାଇ ଛଡ଼ାଇବାକୁ ଆସିବାରୁ ତାକୁ ମଧ୍ୟ ମାଡ଼ ଦେଲା । ଉକ୍ତ ସମୟରେ ରମେଶ ପଣ୍ଡା ମୋ ଡ୍ରେସକୁ ଟାଣି ଚିରିଦେଇଥିଲା । ରାସ୍ତା ମଝିରେ ମୁଁ ଅର୍ଥ ଭଲଗ୍ନ ହୋଇଯାଇଥିଲି । ରମେଶ ମୋତେ ଅତି ଖରାପ ଭାଷା ଯଥା ଶାଢୀ, , ବେଶ୍ୟା କହି ଗାଢି ଦେଇ ଚାଲିଯାଇଥିଲା । ଧମକ ଦେଇ କହିଥିଲା କି, ଆଉ ଯଦି ପାଟି କରିବୁ ତେବେ ତୋତେ ଏଇଠି ରେପ କରିବି, କେହି ବଞ୍ଚାଇବାକୁ ଆସିବେନି । ମୁଁ କାନ୍ଦି କାନ୍ଦି ଆମ ମୋଟର ସାଇକେଇ ପାଖକୁ ଆସୁଥିବା ସମୟରେ ପଛ ପଟୁ ରମେଶ ମୋ ଚୁଟିକୁ ଧରି ଘୋଷାରି ପୁଣି ତଳେ ପକାଇଦେଲା ଏବଂ ମୁଁ ପିନ୍ଧିଥିବା ଏକ ରୂପା ଚେନ ଛଡ଼ାଇନେଇଥିଲା । ଜୀବନ ବିକଳରେ ଏହି ସମୟ ରେ କିଛି ଲୋକ ମଧ୍ୟ ପହଞ୍ଚିଯାଇଥିଲେ । ରମେଶ କୌଣସି କଥାକୁ ଖାତିର ନକରି ଏକ ପିଟଣା ଯୋଗେ ଆମେ ଭାଇ ଭଉଣୀଙ୍କୁ ମାରିଦେବାକୁ ମୋ ଭାଇ ଓ ମୋର ମୁଣ୍ଡକୁ ପିଟିଦେବାକୁ ଉଦ୍ୟମ କରୁଥିଲା ଲୋକମାନେ ପହଞ୍ଚିଯିବାରୁ ଆମ୍ଭେ ରମେଶ କବଳରୁ ବଞ୍ଚିଯାଇଥିଲୁ । ଏ ବାବଦରେ ମୁଁ ତିହିଡ଼ି ଥାନାରେ ଲିଖିତ ଅଭିଯୋଗ ଗତ ତା- ୧୦.୦୯.୨୦୨୪ ରିଖେ କରିଥିଲେ ମଧ୍ୟ ଥାନାବାବୁ କୌଣସି କଥା ନବୁଝିବାରୁ ବାଧ ହୋଇ ଆପଣଙ୍କ ନିକଟରେ ଏହି ଅଭିଯୋଗ କରୁଅଛି
