ନିଆର ନିଶା ମଙ୍ଗଳା ଉଷା ପାଇଁ ଗଡ଼ପଳାଶୁଣି ଗାଁ ଉତ୍ସବ ମୁଖର ,ଅପୁତ୍ରିକ ନାରୀ ପୂଜା କଲେ ସନ୍ତାନ ପ୍ରାପ୍ତି ହୁଅନ୍ତି
କାମାକ୍ଷାନଗର,୧୬/୧୧- ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଳକ ଗଡ଼ପଳାଶୁଣି ଗାଁରେ କୋଭିଡ ନିୟମ ପାଳନ କରି ନିଶା ମଙ୍ଗଳା ଉଷା ପାଇଁ ଗାଁ ଉଛବ ମୁଖର ହେବା ସାଙ୍ଗକୁ ଦୂର ଦୁରାନ୍ତର।ରୁ ଭକ୍ତ ମାନଙ୍କ ଆଗମନ ଲାଗିଛି ଗାଁରେ ।ଏହି ମଙ୍ଗଳା ଉଷାର ପରମ୍ପରା ଟିକେ ନିଆରା ପ୍ରଥମେ ଭକ୍ତ ମାନେ ଏକ କଳସୀ ଶୋଭାଯାତ୍ରାରେ ବାହାରି ମା ପୁଅ ପୋଖରୀ ରୁ ପାଣି ଆଣି ଗାଁ ପରିକ୍ରମା କରିବା ପରେ ମଙ୍ଗଳା ଙ୍କ ପୀଠରେ କଳସୀ କୁ ସ୍ଥାପନ କରନ୍ତି ।ବିଳମ୍ବିତ ରାତ୍ରିରେ ମା ଙ୍କର ପୂଜା ଆରମ୍ଭ ହୋଇଥାଏ ବିଶେଷ କରି ଅପୁତ୍ରିକ ନାରୀ ମାନେ ଏଠାରେ ମାନସିକ ରଖିଲେ ତାଙ୍କର ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ଅଛି ମହିଳା ମାନେ ଦିନରୁ ଆସି ମା ଙ୍କ ମନ୍ଦିର ରେ ଅଧିଆ ପଡ଼ିଥାନ୍ତି ।ଏଠାରେ ଭୁତ ପ୍ରେତ ଲାଗିଥିବା ମହିଳା ଠାରେ ତାକୁ ପୂଜକ ଛଡାଇ ଥାନ୍ତି ।ଯିଏ ଯାହା ମାନସିକ କରିବ ତାର ପୂରଣ ହେଉଥିବା ଲୋକମାନେ ବିଶ୍ୱାସ କରି ଏଠାକୁ ଆସୁଥିବା ଜଣାପଡିଛି ।ଢେଙ୍କାନାଳ, ଅନୁଗୁଳ, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼,କଟକ ତଥା ଓଡିଶା ବାହାରୁ ମଧ୍ୟ ଅନେକ ଭକ୍ତଂକ ସମାଗମ ହେଉଛି ।ମା ଙ୍କର ପୂଜା ଆଜି ସରିବା ପରେ ଗାଁରେ ଏବେ କାର୍ତିକ ଠାକୁରଙ୍କ ପୂଜା ବିଭିନ୍ନ ସାହିରେ ଖୋବ ଧୁମ ଧାମ ରେ ପାଳନ ହେଉଛି ।ଗଡ଼ପଳାଶୁଣି ଗ୍ରାମ କମିଟି ଦ୍ୱାରା ସମସ୍ତ କାର୍ଯ୍ୟ ହେଇଅଛି ।
ରିପୋର୍ଟର-ପ୍ରକାଶ କୁମାର ପାତ୍ର।
