ନ୍ୟୁଜ-୭ ଜଳେଶ୍ବର ପ୍ରତିନିଧିଙ୍କୁ ନ୍ୟାୟ ଦାବି, ପ୍ରଜ୍ଞା ମହାନ୍ତିଙ୍କ ବିରୋଧରେ ସାମ୍ବାଦିକ ସଂଘର ବାଇକ ଶୋଭାଯାତ୍ରା
ଭଦ୍ରକ, ୧୬/୧୧: ଜଳେଶ୍ବର ନ୍ୟୁଜ ସେଭେନର ସାମ୍ବାଦିକ ରାଜେଶ ପ୍ରଧାନଙ୍କୁ ଆକ୍ରୋଶ ମୂଳକ ଗିରଫକୁ ବିରୋଧ । ବିବାଦୀୟ ଥାନା ଅଧିକାରିଣୀ ପ୍ରଜ୍ଞା ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶୋଭାଯାତ୍ର । ନ୍ୟୁଜ ସେଭେନ ପ୍ରତିନିଧିଙ୍କ ଗିରଫଦାରୀକୁ ଭଦ୍ରକ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ତୀବ୍ର ବିରୋଧ କରିଛନ୍ତି । ପ୍ରଜ୍ଞା ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।ଭଦ୍ରକ ଜିଲ୍ଲାରେ ପ୍ରଜ୍ଞା ମହାନ୍ତି ତାଙ୍କ ନିଯୁକ୍ତି ସମୟରେ ବହୁ ବିବାଦରେ ଥିଲେ । ପ୍ରଜ୍ଞା ମହାନ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜି ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି ଭଦ୍ରକ ସାମ୍ବାଦିକ ସଂଘ । ତେବେ ପ୍ରଜ୍ଞା ମହାନ୍ତି ବାରମ୍ବାର ଭୁଲ କରିବା ପରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏବେ ନିଜ ଦୋଷ ଲୁଚାଇବା ପାଇଁ ପ୍ରଜ୍ଞା ସାମ୍ବାଦିକଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧି ଅଭିଯୋଗ କରିଛନ୍ତି ।
ରିପୋର୍ଟ :ପୁନିଲ କୁମାର ସାମନ୍ତ।
