ମହାନ୍ ସଂଘ ଓ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ଗଜପତି ଙ୍କ ଜୟନ୍ତୀ ପାଳିତ


ବ୍ରହ୍ମପୁର ୨୬/୪
ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣି ଥିଲେ। ତାଙ୍କ ପରି ମହା ମନିସ ଙ୍କ ତ୍ୟାଗ ଓ ମହାନତା କିଛି ଯଦି ଆମେ ଶିଖି ପାରିବା ତାହାହେଲେ ଶତାୟୁ ଓଡ଼ିଶା ର ଭବିଷ୍ୟତ ର ଅସ୍ମିତା ଓ ପ୍ରଗତି ବିଶ୍ବ ରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ବୋଲି ଆଜି ମହାନ୍ ସଂଘ ସାହିତ୍ୟ ବିଭାଗ ଓ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ଗଞ୍ଜାମ ଶାଖା ତରଫରୁ ମହାରାଜା କୃଷ୍ଣ ଗଜପତି ଙ୍କ ୧୩୩ ତମ ଜୟନ୍ତୀ ପାଳନ ଅବସରରେ ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଶିଷ୍ଟ ସାହିତ୍ୟିକ ଡ କୁଳମଣି ଓଝା ଅତିଥି ଭାବେ ଯୋଗଦେଇ ମହାରାଜା ଗଜପତି ଙ୍କ ଇତିହାସ ଉପରେ ଆଲୋକପାତ କରିଥିଲେ। ଡ ସନ୍ଧ୍ୟା ରାଣୀ ପଟନାୟକ ଙ୍କ ସଂଯୋଜନା କରିଥିବା ବେଳେ ଶ୍ରୀମତୀ ଲୋପା ସାମଲ ଧନ୍ୟବାଦ୍ ପ୍ରଦାନ କରିଥଲେ।ଶ୍ରୀମତୀ ଦେବୀ ପ୍ରଭା ରଥ, ଶ୍ରୀ ସଞ୍ଜୟ ମାଝୀ, ଶ୍ରୀ ଶିମାଞ୍ଚଲ୍ ପାଣିଗ୍ରାହୀ, ଶ୍ରୀମତୀ ନିବେଦିତା ପାଢ଼ୀ , ଶ୍ରୀ ମନୁ ପାଢ଼ୀ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିବା ବେଳେ ବହୁ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ। ସକାଳେ ସଂଘ ପକ୍ଷ ରୁ ଗଜପତି ଙ୍କ ପ୍ରତିମୂର୍ତ୍ତି ରେ ସଂଘ ପକ୍ଷ ରୁ ସଭାପତି ଶ୍ରୀ ସାବତ, ଶ୍ରୀ ସୁରେଶ ତ୍ରିପାଠୀ, ଶ୍ରୀମତୀ ମମତା ବିଷୋୟୀ, ଶ୍ରୀ ବାସୁଦେବ ସାହୁକାର, ସବିତା ସୁଆର, ଭୀଷ୍ମଚାର୍ୟ ଚୌଧୁରୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *