ତ୍ରିଲୋଚନେଶ୍ୱର ପୂଜା କମିଟି ଆନୁକୂଲ୍ୟରେ ବାବା ବିଘ୍ନ ବିନାଶ ଙ୍କ ପୂଜା

– ଅଗ୍ର ପୂଜ୍ୟ ବାବା ଗଜାନନ ଙ୍କ ପୂଜା ବଡ଼ ଧୁ ଧାମ ରେ ପାଳନ ହୋଇଯାଇଛି। ଭଦ୍ରକ ଜିଲ୍ଲା ଆଗରପଡ଼ା ର ତ୍ରିଲୋଚନେଶ୍ୱର ପୂଜା କମିଟି ପକ୍ଷରୁ ଗଜାନନ ଙ୍କ ର ପୂଜା ଏକ ନିଆରା ରୂପରେ ଅନୁଷ୍ଠିତ ହୋଇଯାଇଛି। ମୂର୍ତ୍ତି କାର ପଦ୍ମଲାଭ ସେଠୀ ଙ୍କ କଳାକୃତି ରେ ଗଢା ବାବା ବିଘ୍ନ ବିନାଶ ଙ୍କ ସୋରୁପ ଭକ୍ତଙ୍କ ଗହଣରେ ପୂଜା ପାଉଛି। ଦିବା ୧୨ ଘଟିକା ସମୟରେ ଗ୍ରାମ ପୁଷ୍କରିଣୀ ରୁ ଘଟ ଉତଳନ କରାଯାଇ ଥିଲା ପରେ ସ୍ଥାପିତ ବିଘ୍ନହର୍ତା ଙ୍କ ପ୍ରତିମୂର୍ତ୍ତି ପାଖରେ ପଣ୍ଡିତ ରାଖାଲ ଶତପଥୀ ବେଦ ପାଠ କରି ବାବା ଙ୍କୁ ଆବାହନ କରିଥିଲେ ପରେ କମିଟି ର ସମସ୍ତ ସଦସ୍ୟ ,ସଦସ୍ୟା ମାନେ ବାବା ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

ବାବୁରାମ ବେହେରା ଙ୍କ ତତ୍ତ୍ୱାବଧାନରେ ପ୍ରଦୀପ୍ତ ସେଠୀ, ଶ୍ରୀତମ ସିଂହ,ଗୋବିନ୍ଦ ଚନ୍ଦ୍ର ସିଂହ, ସୌରଭ ରାମ, ଚନ୍ଦନ ପଣ୍ଡା,ରବି ବେହେରା,ଚିକୁ ସିଂହ, କାବଲ ସିଂହ, ଦେବଜ୍ୟୋତି ସାହୁ,ଆୟୁଷ ସେଠୀ, କାହ୍ନୁ ସିଂହ, କାହ୍ନେଇ ସିଂହ,ଶୁଭମ୍ ସିଂହ,ବାପୁନୁ, ଅଭିଜିତ ମହାପାତ୍ର,ଦଶରଥ ନାୟକ, ଦେବିଦତ୍ତ ପଣ୍ଡା ,ପ୍ରତୀକ ଜେନା,ରାହାସ କୁମାର ସିଂହ,ଗଗନ ବେହେରା , ମନୋଜିତ୍ ଶଙ୍ଖୁଆ, ତପୁ ଜେନା , ଦେବାଶିଷ ଦାସ ଙ୍କ ସମେତ ପଚାଶ ରୁ ଉର୍ଦ୍ଧ ସଦସ୍ୟ ମାନଙ୍କ ସହୋଜୋଗ ରେ ବାବା ଙ୍କ ପୂଜାର୍ଚ୍ଚନା ସମାପନ ହୋଇଥିଲା।*

Leave a Reply

Your email address will not be published. Required fields are marked *