ସୁଆଣ୍ଡୋ ରେ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ

ଆଜି ପବିତ୍ର ୮୯ ତମ ଓଡିଶା ଦିବସ ପାଳନ ଅବସରରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସାରଥୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।

ସୁଆଣ୍ଡୋ ସ୍ଥିତ ପଣ୍ଡିତ ଗୋପବନ୍ଧୁ ଙ୍କ ଜନ୍ମ ପୀଠ ରେ ନୂତନ ଭାବେ ପ୍ରତିଷ୍ଠିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସମାଜସେବୀ ଧିରେନ୍ଦ୍ର କୁମାର ଦାସ, ରବିନ୍ଦ୍ର ନାଥ ଦାସ,ବ୍ଲକ କର୍ମଚାରୀ ପ୍ରମୁଖ ଯୋଗ ଦେଇ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଗୋପବନ୍ଧୁ ଙ୍କ ଷଠୀ ଘର,ଗୋପବନ୍ଧୁ ପାର୍କ ଓ ସଂଗ୍ରାହାଳୟ କୁ ମଧ୍ୟ ଅଧିକାରୀ ମାନେ ପରିଦର୍ଶନ କରିଥିଲେ।ଏହା ପୂର୍ବରୁ ପୁରୀ ସିଂହଦ୍ଵାର ସ୍ଥିତ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ମଧ୍ୟ ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *