ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଉତ୍କଳ ଦିବସ ପାଳନ

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଲେଜ ଛକ (ଘୋଡ଼ା ବଜାର),ପୁରୀ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି।ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏହି ପବିତ୍ର ଦିନରେ ମୁଖ୍ୟ ଅତିଥି ଭାବେ ଶିଶୁ ସାହିତ୍ୟିକ ଓ ଲେଖକ ଡଃ ହେମନ୍ତ କୁମାର ଛୋଟରାୟ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ସହିତ ଯୁଗଜନ୍ମା ଉତ୍କଳ ବରପୁତ୍ର ମାନଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରିଥିଲେ l

ପାରମ୍ପରିକ ପ୍ରାର୍ଥନା ଓ ବନ୍ଦନା ପରେ ଶିଶୁ ମାନଙ୍କ ପ୍ରାରମ୍ଭିକ ସାମୂହିକ ସଙ୍ଗୀତ ଗାନ କରାଯାଇଥିଲା l ବନ୍ଦେ ଉତ୍କଳ1ଜନନୀ ସଙ୍ଗୀତର ତାଳେ ତାଳେ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା ।ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ଅରବିନ୍ଦ ଶତପଥି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍କଳୀୟ ପରମ୍ପରା ଓ ସଂସ୍କୃତିର ସୁରକ୍ଷା ପାଇଁ କିଛି କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ।ମୁଖ୍ୟ ଅତିଥି ମହୋଦୟ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ଯେଉଁ ମହାପୁରୁଷ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ସେମାନଙ୍କ ଗୁଣଗାନ ସହ ଉତ୍କଳର ପରମ୍ପରା ,ମର୍ଯ୍ୟାଦା ଓ ଗାରିମା ବଜାଇ ରଖିବାକୁ ଆହ୍ୱାନ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅରବିନ୍ଦ ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ କରିଥିଲେ।ଶେଷରେ ଆଚାର୍ଯ୍ୟ ପ୍ରଶାନ୍ତ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶୁଭ ଦିବସରେ ଶିଶୁ ବାଟିକାର ପ୍ରଥମ ଦିନୋତ୍ସବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆୟୋଜିତ ଯଜ୍ଞରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଯଜ୍ଞକର୍ତ୍ତା ହୋଇ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published. Required fields are marked *