ବାଂଲା ଅନୁପ୍ରବେଶ କାରୀ ଙ୍କ ସ୍ଥାୟୀ ପ୍ରମାଣ ପତ୍ର ଓ ଆଧାର କାର୍ଡ ଯାଞ୍ଚ ପାଇଁ ସାଧାରଣ ରେ ଦାବି

ବାଂଲା ଅନୁପ୍ରବେଶ କାରୀ ଙ୍କ ସ୍ଥାୟୀ ପ୍ରମାଣ ପତ୍ର ଓ ଆଧାର କାର୍ଡ ଯାଞ୍ଚ ପାଇଁ ସାଧାରଣ ରେ ଦାବି ।କେସିଙ୍ଗା ସହର 12 ଟି ୱାର୍ଡ କୁ ନେଇ ଗଠିତ ।ବାଣିଜ୍ୟ ଦୃଷ୍ଟିରୁ କେସିଙ୍ଗା ,ଜିଲ୍ଲାର ଏକ ପ୍ରମୁଖ ବାଣିଜ୍ୟିକ ପେଣ୍ଠ ସ୍ଥଳ ଭାବେ ପରିଗଣିତ ହୋଇଥାଏ ।ବର୍ତ୍ତମାନ ଏହି ସହର ଉପରେ ବାଂଲା ଅନୁପ୍ରବେଶ କରୀଙ୍କ ନଜର ପଡିଛି ।ମୁଖ୍ୟତଃ ପଡୋଶୀ ପଶ୍ଚିମ ବଙ୍ଗରୁ ବାଂଲା ଅନୁପ୍ରବେଶ କାରୀଙ୍କ ସଂଖ୍ୟା ସହର ରେ ଦିନକୁ ଦିନ ବଢ଼ିବାରେ ଲାଗିଛି ।ସହର ର ବିଭିନ୍ନ ୱାର୍ଡ ରେ ଘର ଭଡ଼ା ନେଇ ଏମାନେ ନିଜ ନିଜର ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି ।ପ୍ରତ୍ୟେକ ଦିନ ଭୋର ସକାଳୁ ପାଖା ପାଖି ୨୦ ରୁ ୩୦ ଜଣ ବାଂଲାଦେଶୀ ଫେରିବାଲା ରୂପେ ବୁଲି ବୁଲି ବ୍ଲକ ର ସମସ୍ତ ଗାଁ ଓ ସହର ଯାକ ନିଜର ବ୍ୟବସାୟ ବଢ଼ାଇବାରେ ଲାଗିଛନ୍ତି ।ଦିନକୁ ଦିନ ଏମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।କିନ୍ତୁ ଏଥି ପ୍ରତି ବିଜ୍ଞାପିତ ପରିଷଦ କିମ୍ବା ପୋଲିସ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି ।ଏମାନେ ପ୍ରକୁତରେ କେଉଁ ଜାଗାରୁ ଆସିଛନ୍ତି ,ସେମାନଙ୍କ ଆଧାର କାର୍ଡ ପ୍ରଭୁତି ଯାଞ୍ଚ ନ କରିବା ଲୋକଙ୍କ ମନରେ ଆକ୍ରୋଶ ସୃଷ୍ଟି କରୁଛି ।ଏମାନେ ବାଣିଜ୍ୟ ପାଇଁ ବ୍ୟବହାର କରିଥିବା ଯାନ ବାହନ ଗୁଡ଼ିକର କାଗଜ ପତ୍ର ମଧ୍ୟ ଯାଞ୍ଚ କରାଯିବା ନେଇ ସାଧାରଣରେ ଦାବି ହେଉଛି ।ସୋସିଆଲ ମିଡ଼ିଆ ରେ ବହୁ ସମୟରେ ବାଂଲା ଅନୁପ୍ରବେଶ କାରୀ ମାନଙ୍କୁ ନେଇ ବିଭିନ୍ନ ଚୋରି ଖବର ଦେଖିବାକୁ ମିଳୁଥିବା ବେଳେ ଏବେ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ କି ପୋଲିସ ପ୍ରଶାସନ ଏମାନଙ୍କ ଉପରେ କାହିଁକି ପଦକ୍ଷେପ ଗ୍ରହଣ କରୁନାହୁଁ ତାହା କୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ପ୍ରତ୍ୟେକ ଦିନ ମୋଟର ସାଇକେଲ କୁ ଏକ ପ୍ରକାର ମାଲ୍ ପରିବହାକ ଯୁକ୍ତ ଗାଡ଼ିରେ ପରିବର୍ତ୍ତିତ କରି ବିଭିନ୍ନ ଜାଗାକୁ ବେପାର କରିବା ପାଇଁ ଯାଇଥାନ୍ତି ।ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀ , ଖେଲଣା,ଚେୟାର ,ଷ୍ଟିଲ ବାସନ କୁସନ୍ ଇତ୍ୟାଦି ବ୍ୟବସାୟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ସରକାରଙ୍କୁ ଟିକସ ଦେଉଚନ୍ତି କି ନାହିଁ ତାହା ମଧ୍ୟ ସନ୍ଦେହ ଘେର ରେ ।ଏହି ବାଂଲା ଦେଶୀ ଅନୁପ୍ରବେଶ କାରୀ ଙ୍କ ପ୍ରଶାସନ ତୀକ୍ଷ୍ଣ ନଜର ରଖିବା ସହିତ ଏମାନଙ୍କ କାଗଜ ପତ୍ର ଯାଞ୍ଚ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *