ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ କର ବାବୁ ନିଖୋଜ ଥିବା ନେଇ ଚର୍ଚ୍ଚା

ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ କର ବାବୁ ନିଖୋଜ ଥିବା ନେଇ ଚର୍ଚ୍ଚା ।କେସିଙ୍ଗା ପୂର୍ତ୍ତ ବିଭାଗ ଦ୍ଵାରା ବ୍ଲକ ର ବିଭିନ୍ନ ଜାଗା ରେ ନିର୍ମାଣ କାର୍ଯ୍ୟ ଚାଲୁରହିଛି ।କିନ୍ତୁ କୌଣସି ସ୍ଥାନରେ ନିର୍ବାହୀ ଯନ୍ତ୍ରୀ କର ବାବୁ ଙ୍କୁ ଦେଖିବାକୁ ମିଳୁନାହିଁ ।ମହାଶୟ ନାଁ କେସିଙ୍ଗା ସ୍ଥିତ କାର୍ଯ୍ୟାଳୟ ରେ ଅଛନ୍ତି ନା କାମ ପାଶ୍ୱର୍ରେ ଅଛନ୍ତି ନା ଫୋନ ରେ ଆସୁଛନ୍ତି ନା ସାମ୍ନା ସାମ୍ନି ଦେଖାଯାଉଛନ୍ତି ,ତେଣୁ ସେ ନିଖୋଜ ଥିବା ସାଧାରଣ ରେ ଚର୍ଚ୍ଚା ହେଉଛି ।ବର୍ତ୍ତମାନ ଉତ୍କେଲା ଠାରୁ କେନ୍ଦୁ ଗୁପକା ପର୍ଯ୍ୟନ୍ତ ଏକ ରାସ୍ତା କାମ ଚାଲୁରହିଛି ।ଏହି କାମ ନିମ୍ନ ମାନର ହେଉଥିବା ସମସ୍ତ ନିୟମ କୁ ଜଳାଞ୍ଜଳି ଦେଇ ନିର୍ମାଣ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହେଉଛି ।କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ଲାଗି ନଥିବା ବେଳେ କେତେ ଟଙ୍କା ର କାର୍ଯ୍ୟ ,କେଉଁ ଠିକା ସଂସ୍ଥା ଏହି କାର୍ଯ୍ୟ କରୁଛି ,କେବେ ଆରମ୍ଭ ହେଲା କେବେ ଶେଷ ହେବ ,ନୂତନ ଭାବେ ତିଆରି ହେଉଛି ନାଁ ପ୍ରଶସ୍ତି କରଣ ହେଉଛି ନା ମରାମତି ହେଉଛି ଜଣାପଡୁ ନାହିଁ ।ନୂଆ କର୍ଲଭଟ୍ ଜାଗାରେ ପୁରୁଣା କୁ ହିଁ ବ୍ୟବହାର କରାଯାଇଥିବା ର ଦେଖିବାକୁ ମିଳୁଛି ।ଆମେ ଏହି ଘଟଣା ବିଷୟ ରେ ଜାଣିବା ପାଇଁ ନିର୍ବାହୀ ଯନ୍ତ୍ରୀ କର ବାବୁ ଙ୍କୁ ଯୋଗା ଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନା ସେ କାର୍ଯ୍ୟାଳୟ ରେ ଥିଲେ ନା କାର୍ଯ୍ୟସ୍ଥଳରେ ନା ଫୋନ ଉଠାଇଥିଲେ । ଶୁଣିବାକୁ ମିଳୁଛି ଯେ କର ବାବୁ ଜଣେ ଅଭ୍ୟାସ ଗତ ବ୍ୟକ୍ତି ଯିଏ କି କାହା ଫୋନ ସହଜରେ ଉଠାନ୍ତି ନାହିଁ ।ଖବର ପ୍ରସାରଣ ପରେ କର ବାବୁ ଙ୍କ ରତି ଗତି ରେ କିଛି ପରିବର୍ତ୍ତନ ହେଉଛି ନାଁ ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ ଭଳି ଚୁପ୍ ଚାପ୍ ବସି ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *