ସାଧାରଣ ସଭା
ପୁରୀ ଜିଲ୍ଲାସ୍ତରୀୟ GPLFS କର୍ମୀ ସଙ୍ଘର ସାଧାରଣ ସଭା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି | କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ବିଭିନ୍ନ ଯୋଜନାରେ ପ୍ରାୟ ୭୦ ଲକ୍ଷ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ନ ଦେଲେ ସଙ୍ଘ ବାଧ୍ୟ୍ ହୋଇ ରାଜରାସ୍ତାକୁ ଓଲ୍ଲାଇବ ବୋଲି ସଭାରେ ଚେତାବନୀ ଦିଆଯାଇଛି | ରାଜ୍ୟସଭା ସାଂସଦ ସୁବାଷ ସିଂ, ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ସଙ୍ଘର ଆଠ ଦଫା ଦାବିକୁ ସମର୍ଥନ ଜଣାଇଛନ୍ତି | ସଙ୍ଘ ରାଜ୍ୟ ସଭାନେତ୍ରୀ ନିରୂପମା ନାୟକ ସଭାରେ ଅଧକ୍ଷତା କରିଥିଲେ |
