ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗାଁ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ -୨୦୨୫-୨୬ ଉଦଯାପିତ.

ବଡ଼ଚଣା : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବଡଘୁମୁରି ପଞ୍ଚାୟତ ଅନ୍ତର୍ଗତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗାଁ ର ସୁବର୍ଣ୍ଣ ଜୟନ୍ତୀ ସମାରହ ୧୦୨୫-୨୬ ମହା ସମାରୋହରେ ଉଜ୍ଜାପିତ ହୋଇ ଯାଇଛି।ଏହି ଉଜ୍ଜାପନୀ ଉତ୍ସବରେ ବିଜେପି ଜିଲ୍ଲା ସଭାନେତ୍ରୀ ତଥା ପୁରାତନ ଛାତ୍ର ସଂସଦ ଉପ ସଭାନେତ୍ରୀ ଶ୍ରୀମତୀ ଦେବଜାନୀ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଓ ସମ୍ମାନିତ ଅତିଥି ଭାବେ ବଡଘୁମୁରି ଗ୍ରାମ ପଞ୍ଚାୟତ ସରପଞ୍ଚ ଅକ୍ଷୟ କୁମାର ରାଉତରାୟ,ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରବୋଧ କୁମାର ସାମଲ, କାର୍ତ୍ତିକଚନ୍ଦ୍ର ସ୍ୱାଇଁ, ପ୍ରଦ୍ୟୁମ୍ନ ଆଚାର୍ଯ୍ୟ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦୈତାରି ମଲ୍ଲିକ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ସାହୁ, ପୁରାତନ ଛାତ୍ର ସଂସଦ ସଭାପତି କେଦାରନାଥ ଷଢଙ୍ଗୀ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁଧାଂଶୁ ଶେଖର ବେହେରା, ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି କଳିଙ୍ଗ କେଶରୀ ମହାନ୍ତି,ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶତୃଘ୍ନ ପ୍ରଧାନ,ପ୍ରମୋଦ ରଞ୍ଜନ ବାଘ,କେଶବ ବାବୁ, ଉମେଶ ରାଉତ,ଘନଶ୍ୟାମ ନାୟକ ପ୍ରମୁଖ ଯୋଗଦେଇ ପ୍ରଥମେ ଶୁଭ ପ୍ରଦୀପ ପ୍ରଜଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ କରି ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ବହୁ ମୂଲ୍ୟ ବକ୍ତବ୍ୟ ରଖିଥିଲେ।ସମାଜସେବୀ ବିବେକାନନ୍ଦ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାରଦା ବାରିକ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀ ମାନେ ସାହାଯ୍ୟ ସହୋଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *