ଗୌରବ ସମ୍ମାନ ଦିବସ
ଗୌରବ ସମ୍ମାନ ଦିବସ ପାଳିତ।1855 ମସିହା ଡିସେମ୍ବର ମାସରେ କଳାହାଣ୍ଡି ବୀର ମାଟି ମଦନପୁର ରାମପୁର ଅନ୍ତର୍ଗତ ଉର୍ଲାଦାନି (ବାନ୍ଦାଗାଡା) ଅଞ୍ଚଳରେ ଇଂରେଜ ମାନଙ୍କ ବିରୁଦ୍ଧରେ କନ୍ଧ, ଡମ୍ବ, ଗଣ୍ଡ ଏକତ୍ର ମିଶି ପ୍ରଜାକୁ ଅତ୍ୟାଚାରିତ ଆଇନ୍ , ସାମାଜିକ ଶୋଷଣ ସହିତ ଜବରଦସ୍ତ ପ୍ରଜାଙ୍କ ଉପରେ କର ଅସୁଲ ପ୍ରତିବାଦ ବିରୋଧରେ ଉର୍ଲାଦାନି ଅଞ୍ଚଳରେ ବ୍ୟାପକ ଜନ ଆନ୍ଦୋଳନ ହୋଇଥିଲା। ଏହାର ନେତୃତ୍ୱ କନ୍ଧ ସର୍ଦ୍ଦାର ସହୀଦ ରିଣ୍ଡ ମାଝୀ ଏବଂ ତାଙ୍କରି ଘନିଷ୍ଟ ସହଯୋଗୀ ତଥା ଏହି ଆନ୍ଦୋଳନର କାରପଟଦାର ସହିଦ ଟଡ ଡମ୍ବ ମିଶି ନିଜ ଅଞ୍ଚଳର ଅତ୍ୟାଚାରକୁ ରକିବା ନିମନ୍ତେ ସଂଗ୍ରାମ ଜାରି ରଖିଥିଲେ। ୧୮୫୫ ମସିହା ପୂର୍ବରୁ ଅମର ବୀର ସହୀଦ ରିଣ୍ଡୋ ମାଝୀ ଙ୍କ ନେତୃତ୍ବରେ ଆନ୍ଦୋଳନ ପରିଚାଳିତ ହୋଇଥିଲା। ଇଂରେଜ ସେନା ଅମର ବୀର ସହୀଦ ରିଣ୍ଡ ମାଝୀ ଙ୍କୁ ବନ୍ଦୀ କରିବାରେ ସଫଳ ହେଲେ, ପୁଣି ଫାଶୀ ପାଇଁ ଅଦାଲତ ଅର୍ଡର ଦେଲେ। ରିଣ୍ଡ ମାଝୀ ଙ୍କ ଅନୁପସ୍ଥିତ ସଂଗ୍ରାମୀ ଟଡ ଡ଼ମ୍ବ, ସଂଗ୍ରାମୀ ଆମୋଷ ପାତ୍ର, ସଂଗ୍ରାମୀ ଡାବିସା ମାଝୀ, ସଂଗ୍ରାମୀ ମାର୍ନା ମାଝୀ ଆନ୍ଦୋଳନ କୁ ଆଗକୁ ନେଉଥିବା ବେଳେ ଇଂରେଜ ସନାଙ୍କ ଗୁଳି ରେ ଟଳି ପଡ଼ିଥିଲେ, ଯାହା ଆଜି ମଧ୍ୟ ତମ୍ବା ପଟାରେ ଲିଖିତ ଅଛି। ସଂଗ୍ରାମ ଆମୋଶ ପାତ୍ର ଙ୍କ ବ୍ୟବହୃତ ଖଣ୍ଡା ଆଜି ମଧ୍ୟ ତାଙ୍କ ବଂଶଧର ମାନେ ସମ୍ମାନ ସହିତ ଉକ୍ତ ଐତିହାସିକ ଖଣ୍ଡା କୁ ପୂଜା ଅର୍ଚ୍ଚନା କରୁଛନ୍ତି ପୁଣି ଟଡ ଡମ୍ବ ଙ୍କ ବଂଶଧର ମାନଙ୍କ ପାଖରେ ଆଜି ମଧ୍ୟ ଇଂରେଜ ସରକାରଙ୍କ ଲିଖିତ ତମ୍ବା ପଟା ଥିବା କହିଛନ୍ତି। ସହୀଦ ରିଣ୍ଡ ମାଝୀ ଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ୧୮୫୫ ମସିହା ପୂର୍ବରୁ ଚାଲିଥିବା ପ୍ରଜା ଆନ୍ଦୋଳନର ଅନ୍ୟ ଜନ ନାୟକ ଥିଲେ ସହିଦ ଟଡ ଡମ୍ବ କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏହି ମାଟିର ବୀର ପୁତ୍ରଙ୍କୁ ସମ୍ମାନ ପ୍ରଦାନ କରିବାରେ ଚରମ ଅବହେଳା ଓ ଅଣଦେଖା କରି ଆସୁଅଛନ୍ତି ଯାହା ଗବେଷଣା ସାପେକ୍ଷ। ଆଗାମୀ ଦିନରେ ଯଦି ଏହି ସଂଗ୍ରାମ ବୀର ସହିଦ ଟଡ ଡମ୍ୱ ଙ୍କୁ ସମ୍ମାନ ଦିଆନଯାଏ ତେବେ ରାଜ ରାସ୍ତାକୁ ଉଲ୍ହାଇବା ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ।
