କୋଣାର୍କ ଉତ୍ସବ ଦ୍ୱିତୀୟ ସଂଧ୍ୟାରେ ମନମୋହିଲା କୁଚୂପୁଡି ଓ ଓଡିଶୀ ନୃତ୍ୟ
କୋଣାର୍କ ଉତ୍ସବ ଦ୍ବିତୀୟ ସନ୍ଧ୍ୟାର ପ୍ରଥମ ଅର୍ଘ୍ୟରେ ମୁକ୍ତାକାଶ ରଙ୍ଗମଞ୍ଚରେ ସୁବିଖ୍ୟାତ ନୃତ୍ୟ ବିଦ୍ୱାନ ପଦ୍ମଶ୍ରୀ ଗୁରୁ ଜୟରାମା ରାଓ ଓ କୁଚୁପୁଡି ଡ୍ୟାନ୍ସ ଏକାଡେମୀ ର ଶିଳ୍ପୀ ମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ। ପ୍ରଥମ ପ୍ରସ୍ତୁତିରେ “ଓଁ କାର” ପରେ ପରବର୍ତ୍ତୀ ପ୍ରସ୍ତୁତିରେ “ଶ୍ରୀ ଗୀତ ଗୋବିନ୍ଦ ଅଷ୍ଟପଦୀରେ ଦଶ ଅବତାର” । ପରେ ଦ୍ବିତୀୟ ଅର୍ଘ୍ୟରେ ପରିବେଷିତ ହୋଇଥିଲା “ଦୁର୍ଗା ତରଙ୍ଗମ” ଓ “ତିଲାନା”। କୁଚୁପୁଡି ନୃତ୍ୟ ଶିଳ୍ପୀ ଙ୍କ ନୂପୁର ର ତାଳେ ତାଳେ ମନ୍ତ୍ରମୁଗ୍ଧ ହୋଇ ଝୁମି ଉଠିଥିଲେ ଦର୍ଶକ। ପରେ ଦ୍ବିତୀୟ ଚରଣରେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟର ନିଖୁଣ ଉପସ୍ଥାପନା କୁ ନେଇ ମଞ୍ଚ ପ୍ରବେଶ କରିଥିଲେ ଖ୍ୟାତି ନାମା ଓଡିଶୀ ନୃତ୍ୟ ବିଦୁଷି ପଦ୍ମଶ୍ରୀ ରଞ୍ଜନା ଗୌହର ଏବଂ ଉତ୍ସବ ସମାଜ ନୂଆଦିଲ୍ଲୀର ଶିଳ୍ପୀଗଣ । ପ୍ରଥମ ପ୍ରସ୍ତୁତିରେ “ସାକ୍ଷାତକାର” ଖୁବ ମନମୁଗ୍ଧ ଥିଲା।ପରେ ପରିବେଷିତ ହୋଇଥିଲା ରାଧା-କୃଷ୍ଣ ପ୍ରୀତି ବିଳାସର ଭାବ ଓ ଆବେଗର “ରାଧାରାଣୀ ସଙ୍ଗେ ନାଚେ ମୁରଲୀପାଣି” ଓ “ଶୁଦ୍ଧ ନୃତ୍ୟ ପଲ୍ଲବୀ”। ଯାହା ମୁକ୍ତାକାଶର ଖୋଲା ଆକାଶ ତଳେ ସୃଷ୍ଟି କରିଥିଲା ଏକ ସୁନ୍ଦର ଏବଂ ଆଧ୍ୟାତ୍ମିକ ପରିବେଶ।
କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ
