ସରକାରୀ ମହିଳା ସ୍ୱାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ର
ପୁରୀ :- ୧୭/୦୫/୨୦୧୫ସରକାରୀ ମହିଳା ସ୍ୱାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ରର ଛାତ୍ରୀ ରୋଜାଲିନ ପାତ୍ର (ପିତା ଜଗନ୍ନାଥ ପାତ୍ର, ମାତା ରିତାରାଣୀ ପାତ୍ର) ଚଳିତ ବର୍ଷରେ ସାରା ଓଡିଶାରେ ପ୍ରଥମ (୯୩.୪୩ %) ସ୍ଥାନ ଓ ସାବିତ୍ରୀ ପରିଡା (ପିତା ରଞ୍ଜନ ପରିଡା ଓ ମାତା ତୁରିଆ ପରିଡା) ଦ୍ୱିତୀୟ (୯୨.୭୧%) ଅଧିକାର କରିଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ରୂପାଭାନୁ ମିଶ୍ର ଓ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ. ଚନ୍ଦ୍ରକାନ୍ତି ଆଚାର୍ଯ୍ୟ ଅନେକ ପ୍ରଶଂସା କରିଛନ୍ତି | ଅତ୍ୟନ୍ତ ଖୁସିର କଥା ଯେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ସେବିକା ନିର୍ଦେଶାଳୟ ତରଫରୁ ଏହି ଛାତ୍ରୀ ଦୁଇଜଣଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକା ଡ. ଡି ବୃନ୍ଦା ମଧ୍ୟ ପୁରସ୍କୃତ କରିବା ସହିତ ଛାତ୍ରୀ ଦୁଇ ଜଣଙ୍କୁ ଉତ୍ସାହିତ କରିଥିଲେ | ଏଥି ସହିତ ସରକାରୀ ମହିଳା ସ୍ୱାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ରରର ‘ଉମଙ୍ଗ’ କାର୍ଯ୍ୟକ୍ରମରେ ମଧ୍ୟ ଦୁଇ କୃତି ଛାତ୍ରୀଙ୍କୁ ଉପଢ଼ୋକନ ଓ ମାନପତ୍ର ସହିତ ପୁରସ୍କୃତ କରାଯାଇଥିଲା | ପୁରୀ ସରକାରୀ ମହିଳା ସ୍ୱାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ରର ଅଧକ୍ଷା ଡଃ ନୟନା ସାମଲ, ଶ୍ରୀମତୀ ବିଳାସୀ ଭୋଇ, ଶ୍ରୀମତୀ ମିନତୀ ପରିଡା, ଶ୍ରୀମତୀ ସତ୍ୟଭାମା ଦେଇ, ଶ୍ରୀମତୀ ସସ୍ମିତା ସାହୁ, ଶ୍ରୀମତୀ ସ୍ଵର୍ଣ୍ଣଲତା ପାଣିଗ୍ରାହୀ ଏବଂ ଶ୍ରୀମତୀ ସୋନାଲି ନାୟକ ସମସ୍ତ ଶିକ୍ଷୟତ୍ରୀ ପ୍ରମୁଖ ସେମାନଙ୍କୁ ଉତ୍ସାହିତ କରିବା ସହିତ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ | ପରିଶେଷରେ କୁମାରୀ ରଶ୍ମିତା ଗିରି ଧନ୍ୟବାଦ ଅର୍ପଣ କରିଥିଲେ |
