ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ
ପୁରୀ ପୋୖରାଞ୍ଚଳ ଓ୍ୟାର୍ଡ ନମ୍ବର -୧ ଅନ୍ତର୍ଗତ ମାଟି ତୋଟା ବସ୍ତି ଓ ମା ତାରିଣୀ ବସ୍ତି, ଧୋବାଖାଲ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ କର!!ଭୁବନେଶ୍ୱର:ତା୨୩.୧୨: ଆଜି ଅପରାହ୍ନ ରେ ପୁରୀ ପୈାର ପରିଷଦ ଅଞ୍ଚଳରେ ଥିବା ମାଟି ତୋଟା ବସ୍ତି ଓ ମା ତାରିଣୀ ବସ୍ତି ଧୋବାଖାଲ ବସ୍ତି ବାସିନ୍ଦା ଙ୍କ ପକ୍ଷରୁ ଆଇନ୍ ମନ୍ତ୍ରୀ ଙ୍କୁ ସାକ୍ଷାତ କରାଯାଇଥିଲା। ଏହି ବସ୍ତି ବାସିନ୍ଦା ଙ୍କୁ ଉପଯୁକ୍ତ ଥଇଥାନ ସମ୍ପର୍କ ରେ ଆଲୋଚନା କରି ଯଥାର୍ଥ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ପ୍ରତିଶୃତି ଦେଇଛନ୍ତି. ବସ୍ତି ବାସିନ୍ଦା ମାନଙ୍କର ନିରବଚ୍ଛିନ୍ନ ସଙ୍ଗ୍ରାମ ପରେ ରାଜ୍ୟ ବିଧାନସଭାରେ ୨୦୧୭ ମସିହାରେ ଓଡ଼ିଶା ବସ୍ତି ବାସିନ୍ଦାଙ୍କ ଭୂମି ଅଧିକାର ଆଇନ ପ୍ରଣୟନ କରାଯାଇଛି ଓ କାର୍ଯ୍ୟକାରୀ ମଧ୍ୟ କରାଯାଇଛି। ପୁରୀ ରେ କେତେକ ବସ୍ତି ବାସିନ୍ଦା ଙ୍କୁ ମଧ୍ୟ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି।

ଏହିଭଳି ପୃଷ୍ଠଭୂମିରେ ଏହି ବସ୍ତି ବାସିନ୍ଦା ଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ ପାଇଁ ପଦକ୍ଷେପ ନେବା ବଦଳରେ ପୁରୀ ତହସିଲଦାର ଙ୍କ ପକ୍ଷରୁ ଉଛେଦ ପାଇଁ ଅଭିଯାନ ଆରମ୍ଭ ହୋଇଛି। ଭୂମି ଅଧିକାର ପ୍ରମାଣପତ୍ର ଦିଆଯିବା କଥା ତ ଦୂରର କଥା, ଏପରିକି ସ୍ଵାଭାବିକ ନ୍ୟାୟ (Natural Justice ) ପ୍ରକ୍ରିୟା ବିନା ବସ୍ତି ବାସିନ୍ଦାଙ୍କୁ ଘରଭାଙ୍ଗି ଚାଲିଯିବାକୁ ନଭେମ୍ବର ୨୭ତାରିଖରେ ତହସିଲଦାର ଙ୍କ ପକ୍ଷରୁ ଅନ୍ୟାୟ ପୂର୍ଣ୍ଣ ଆଦେଶ ଦିଆଯାଇଛି। ଯାହାକି ମାଟି ତୋଟା ବସ୍ତି ର ୬୨ ପରିବାରଙ୍କୁ ମାତ୍ର ୩୦ ଦିନ ସମୟ ଦିଆଯାଇଛି। ଏବଂ ମା ତାରିଣୀ ବସ୍ତି,ଧୋବାଖାଲ ବସ୍ତି ର ୧୪ ପରିବାରଙ୍କୁ ୫ ଟଙ୍କା ଜରିମାନା କରାଯାଇଛି। ସହରାଞ୍ଚଳ ରେ ବସ୍ତି ବାସିନ୍ଦା ଙ୍କ ଭୂମି ଅଧିକାର ଆଇନ ଥିବା ସତ୍ତ୍ବେ ଏହି ବସ୍ତି ବାସିନ୍ଦା ମାନଙ୍କୁ ଭୂମି ଅଧିକାର ପ୍ରଦାନ କରାନଯାଇ ବଳପୂର୍ବକ ଉଛେଦ କରାଗଲେ ବସ୍ତି ବାସିନ୍ଦା ମାନେ ଉଛେଦ ର ତୀବ୍ର ପ୍ରତିରୋଧ କରିବେ ବୋଲି ବସ୍ତି ବାସିନ୍ଦା ମାନେ ନିଷ୍ପତ୍ତି ନେଇଛନ୍ତି। ୭୦ଜଣ ପୁରୁଷ ଓ ମହିଳା ଆଜି ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ଜିଲ୍ଲା ପାଳ, ତହସିଲଦାର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ପ୍ରସ୍ତୁତ ପ୍ରମିଳା ସାଧାରଣ ସମ୍ପାଦିକା ବସ୍ତି ସୁରକ୍ଷା ମଞ୍ଚ l
