ରାଜ୍ୟସ୍ତରୀୟ ପୁରାଣ ସାହିତ୍ୟ ସୁରଭି

କଟକ : କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଟାଉନ୍ ହଲ୍ କଟକ ଥରେ ଅନୁଷ୍ଠାନର ୬୫ ତମ ରାଜ୍ୟସ୍ତରୀୟ ପୁରାଣ ସାହିତ୍ୟ ସୁରଭି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କବି କବୟିତ୍ରୀ ” ପୁରାଣ ସାହିତ୍ୟର ସାମାଜିକ ପ୍ରଭାବ ” ଶୀର୍ଷକରେ କବିତା ପାଠ କରି ପୁରାଣ ସାହିତ୍ୟର ମହନୀୟତା କୁ ବ୍ୟାଖ୍ୟା କରିଥିଲେ । ଉକ୍ତ ଅବସରରେ ମୁଖ୍ୟଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ପ୍ରଧାନ କୈବଲ୍ୟ ସାହିତ୍ୟ ସଂସଦ ଓଡ଼ିଶାରେ ଏକମାତ୍ର ଅନୁଷ୍ଠାନ ଭାବେ ସର୍ବାଧିକ ପ୍ରତିଭା ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସମ୍ବର୍ଦ୍ଧିତ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ପୁରାଣ ସାହିତ୍ୟ ର କ୍ରମବିକାଶ ଧାରାକୁ ପ୍ରାଞ୍ଜଳ ଭାବେ ବ୍ୟାଖ୍ୟା କରି ଅମୃତମୟ ପରିବେଶ ସୃଷ୍ଟି କରିଥିଲେ । ମାନ୍ୟବର ବିଧାୟକଙ୍କୁ କୋଡ଼ିଏ ବର୍ଷରୁ ଅଧିକ କାଳ ଆଧ୍ୟାତ୍ମିକ ସେବା ପାଇଁ ଓଡ଼ିଶା ସେବାରତ୍ନ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା । ଉଦ ଘାଟକ ସାଧୁ ଗଦାଧର ଦାସ ମାନବ ସମାଜକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ପୁରାଣ ପଢ଼ିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ପୁରାଣ ସାହିତ୍ୟ ଆଧୁନିକ ସାହିତ୍ୟ ସରଂଚନା ପାଇଁ ମାର୍ଗଦର୍ଶନ ପ୍ରଦାନ କରିବ ବୋଲି ସ୍ପଷ୍ଟ କରିଥିଲେ । ସମ୍ମାନିତ ବକ୍ତା ଡ଼କ୍ଟର ପ୍ରଶାନ୍ତ କୁମାର ପଣ୍ଡା, ଅଡଶପୁର ସ୍ଵୟଂ ଶାସିତ ମହାବିଦ୍ୟାଳୟ କୈବଲ୍ୟ ସାହିତ୍ୟ ସଂସଦର ଆଧ୍ୟାତ୍ମିକ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ ।ସମ୍ମାନିତ ଅତିଥିଭାବେପଣ୍ଡିତ ରାଧାମୋହନ ତ୍ରିପାଠୀ, ,ପଣ୍ଡିତ ଶ୍ରୀକାନ୍ତ ମାହାର, ,ଶ୍ରୀଯୁକ୍ତ ବିଦ୍ୟାଧର ସାହୁଡ଼କ୍ଟର ଆରତୀ ତ୍ରିପାଠୀ ,ସାହିତ୍ୟିକା ଯୋଗଦାନ କରି ପୁରାଣର ଆଧ୍ୟାତ୍ମିକ ତତ୍ତ୍ଵ ବ୍ୟାଖ୍ୟା କରିଥିଲେ । ଉକ୍ତ ଅବସରରେ କବି ଓ ଲେଖକ ଅଜୟ କୁମାର ପଣ୍ଡା ଙ୍କ “କ୍ଳାନ୍ତ ଅପରାହ୍ନ ” , କବି ଜଗନ୍ନାଥ ପ୍ରଧାନଙ୍କ ” ନିଜେ ଅଟଇ ଜଗୁ ” , କବି ଗୁପ୍ତେଶ୍ୱର ଚାନ୍ଦ ଙ୍କ ” ଅନୁଭୂତିର ମହକ ” ଏବଂ ବୈଷ୍ଣବ ଚରଣ ଲେଙ୍କାଙ୍କ ” ମା ଗୋଜବାୟାଣି ମହାପୁରାଣ ” ପୁସ୍ତକର ଶୁଭ ଉନ୍ମୋଚନ କରାଯାଇଥିଲା । ସତ୍ୟ ସନାତନ ବୈଦିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମକବୋଧ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ ବେଦ ପାଠ କରାଯାଇଥିଲା । ଛାତ୍ରୀ ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ପ୍ରଥମ ଅଧିବେଶନରେ କବୟିତ୍ରୀ ପ୍ରବାସିନୀ ମିଶ୍ର ଏବଂ ସୁଜାତା ଦାସ ମହାନ୍ତି କବିତା ସଂଯୋଜନା କରିଥିଲେ । ଦ୍ଵିତୀୟ ଅଧିବେଶନରେ ଅସିତ୍ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶାସ୍ତ୍ରବିତ ଏବଂ ସାରସ୍ବତ ସ୍ରଷ୍ଟାମାନେ ପୁରାଣ ପାଠ , କବିତା ପାଠ ଏବଂ ଗଳ୍ପ କଥନରେ ଅଂଶ ଗ୍ରହଣ କରିଥିଲେ । ଶହ ଶହ ସ୍ରଷ୍ଟା ମାନଙ୍କୁ ଉତ୍କଳ ଭକ୍ତି ନୈବେଦ୍ୟ ସମ୍ମାନ ଏବଂ ତିରିଶ ଜଣ ସାମ୍ବାଦିକଙ୍କୁ କୈବଲ୍ୟ ଭକ୍ତି ନୈବେଦ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । କବୟିତ୍ରୀ ଅନୁସୟା ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *