ଭିବି-ଜି ରାମ ଜି ଆଇନ ଅଧୀନରେ ଅଭିଯୋଗ ସମାଧାନ ନିୟମ ଜାରିତ୍ୱରିତ ଓ ସ୍ୱଚ୍ଛ ଅଭିଯୋଗ ସମାଧାନ ପାଇଁ ବହୁସ୍ତରୀୟ ବ୍ୟବସ୍ଥା ଓ ଡିଜିଟାଲ୍ ପ୍ଲାଟଫର୍ମ

ଭିବି-ଜି ରାମ ଜି ଆଇନ ଅଧୀନରେ ଅଭିଯୋଗ ସମାଧାନ ନିୟମ ଜାରିତ୍ୱରିତ ଓ ସ୍ୱଚ୍ଛ ଅଭିଯୋଗ ସମାଧାନ ପାଇଁ ବହୁସ୍ତରୀୟ ବ୍ୟବସ୍ଥା ଓ ଡିଜିଟାଲ୍ ପ୍ଲାଟଫର୍ମ l ଅଭିଯୋଗ ଦାଖଲ, ଡିଜିଟାଲ୍ ଟ୍ରାକିଂ ଓ ତ୍ୱରିତ ସମାଧାନ ପାଇଁ ବହୁମୁଖୀ ବ୍ୟବସ୍ଥା୭ଟି କାର୍ଯ୍ୟ ଦିବସ ମଧ୍ୟରେ, ୧୫ ଦିନରେ ଅଭିଯୋଗର ସମାଧାନଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ – ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ୍ (ଗ୍ରାମୀଣ) : ଭିବି-ଜି ରାମ ଜି ଅଭିଯୋଗ ନିବାରଣ ନିୟମାବଳୀ, ୨୦୨୬ ଅଧିସୂଚିତ କରଯାଇଛି। ଏହି ନିୟମାବଳୀ ମାଧ୍ୟମରେ ଯୋଜନାର କାର୍ଯ୍ୟନ୍ଵୟନ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ଏକ ସୁସଂଗଠିତ, ବହୁ-ସ୍ତରୀୟ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ଭିତ୍ତିକ ବ୍ୟବସ୍ଥା ସ୍ଥାପନ କରାଯାଇଛି। ଏହି ନିୟମାବଳୀର ଉଦ୍ଦେଶ୍ୟ ହେଉଛି ଅଭିଯୋଗ ନିବାରଣ ପ୍ରକ୍ରିୟାକୁ ଅଧିକ ସୁଗମ, ସ୍ୱଚ୍ଛ ଏବଂ ଉତ୍ତରଦାୟୀ କରିବା, ଯାହା ଦ୍ୱାରା ନାଗରିକମାନଙ୍କ ସମସ୍ୟାଗୁଡ଼ିକର ଠିକ୍ ସମୟରେ ସମାଧାନ ହୋଇପାରିବ ଏବଂ ଉପଯୁକ୍ତ ପଦକ୍ଷେପ ନିଆଯାଇପାରିବ।ବହୁ-ସ୍ତରୀୟ ଅଭିଯୋଗ ନିବାରଣ ବ୍ୟବସ୍ଥାଏହି ନିୟମାବଳୀ ଅନୁଯାୟୀ, ରାଜ୍ୟ ସରକାରମାନେ ଗ୍ରାମ ପଞ୍ଚାୟତ, ବ୍ଲକ୍ ଏବଂ ଜିଲ୍ଲା ସ୍ତରରେ ଏକ ସମୟବଦ୍ଧ ଓ ବହୁ-ସ୍ତରୀୟ ଅଭିଯୋଗ ନିବାରଣ ବ୍ୟବସ୍ଥା ସ୍ଥାପନ କରିବେ। ବିଭିନ୍ନ ସ୍ତରରେ ନିଯୁକ୍ତ ଅଭିଯୋଗ ନିବାରଣ ଅଧିକାରୀମାନେ ଅଭିଯୋଗ ଗ୍ରହଣ କରିବା, ପଞ୍ଜୀକରଣ କରିବା, ତଦନ୍ତ କରିବା ଏବଂ ସେଗୁଡ଼ିକର ସମାଧାନ କରିବା ପାଇଁ ଦାୟୀ ରହିବେ।ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଜିଲ୍ଲା ସ୍ତରରେ ଅଭିଯୋଗ ନିବାରଣ ପ୍ରକ୍ରିୟାର ତଦାରଖ କରିବେ। ନିର୍ଦ୍ଧାରିତ ବ୍ୟବସ୍ଥା ଏବଂ ଅଭିଯୋଗ ନିବାରଣ ପାଇଁ ଉଦ୍ଦିଷ୍ଟ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ମାଧ୍ୟମରେ ଅଭିଯୋଗଗୁଡ଼ିକର ଯେପରି ସମାଧନ ହେବ ତାହା ସେ ନିଶ୍ଚିତ କରିବେ।ଅଭିଯୋଗ ଦାଖଲ କରିବା ପାଇଁ ବିଭିନ୍ନ ମାଧ୍ୟମସୁବିଧାଜନକ ଭାବେ ଅଭିଯୋଗ ଦାଖଲ କରିବା ପାଇଁ, ଯେକୌଣସି ବ୍ୟକ୍ତି ଏହି ଯୋଜନାର କାର୍ଯ୍ୟକାରିତା ସହ ଜଡ଼ିତ କିମ୍ବା ଏହା ସମ୍ଵନ୍ଧୀୟ ଯେକୌଣସି ବିଷୟ ଉପରେ ଅଭିଯୋଗ ଦାଖଲ କରିପାରିବେ। ନିୟମାବଳୀ ଅନୁଯାୟୀ, ନିମ୍ନଲିଖିତ ବିଭିନ୍ନ ମାଧ୍ୟମରେ ଅଭିଯୋଗ ଦାଖଲ କରାଯାଇପାରିବ:• ନିର୍ଦ୍ଧାରିତ ଅଭିଯୋଗ ନିବାରଣ ଅଧିକାରୀଙ୍କ ନିକଟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ;• ‘ସ୍ପିଡ୍ ପୋଷ୍ଟ’ ମାଧ୍ୟମରେ , ଯେଉଁଥିରେ ଡେଲିଭରି ବା ପ୍ରଦାନର ପ୍ରମାଣ ରହିଥିବ ;• କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଅଭିଯୋଗ ନିବାରଣ ପାଇଁ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ମାଧ୍ୟମରେ; ଏବଂ• ଟେଲିଫୋନ୍, ନିର୍ଦ୍ଧାରିତ ହେଲ୍ପଲାଇନ୍ କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ଅନ୍ୟ କୌଣସି ମାଧ୍ୟମରେ।ଗ୍ରାମ ପଞ୍ଚାୟତ, ବ୍ଲକ୍ କିମ୍ବା ଜିଲ୍ଲା ସ୍ତରରେ କାଗଜପତ୍ର ଆକାରରେ ପ୍ରାପ୍ତ ଅଭିଯୋଗଗୁଡ଼ିକୁ ଗ୍ରହଣ ଦିନ କିମ୍ବା, ଯଦି ଏହା ସମ୍ଭବ ନୁହେଁ, ପରବର୍ତ୍ତୀ କାର୍ଯ୍ୟ ଦିବସ ସୁଦ୍ଧା ନିର୍ଦ୍ଦିଷ୍ଟ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମିରେ ପ୍ରବେଶ ଏବଂ ପଞ୍ଜିକରଣ କରିବାକୁ ପଡିବ।ପଞ୍ଜୀକରଣ ପରେ, ଅଭିଯୋଗକାରୀଙ୍କୁ ପଞ୍ଜୀକରଣ ନମ୍ବର, ଗ୍ରହଣ ତାରିଖ ଏବଂ ଗ୍ରହଣକାରୀ ଅଧିକାରୀଙ୍କ ପଦବୀ ସମ୍ବଳିତ ଏକ ସ୍ୱୀକୃତିପତ୍ର ମିଳିବ। ଡିଜିଟାଲ୍ ମାଧ୍ୟମରେ ଦାଖଲ କରାଯାଇଥିବା କ୍ଷେତ୍ରରେ ସ୍ୱୀକାରୋକ୍ତି ଇଲେକ୍ଟ୍ରୋନିକ୍ ପଦ୍ଧତିରେ ପ୍ରଦାନ କରାଯିବ ଏବଂ ଯେଉଁଠାରେ ଅଭିଯୋଗ ଭୌତିକ ଭାବେ (କାଗଜପତ୍ର ଆକାରରେ) ଗ୍ରହଣ କରାଯାଇଛି, ସେଠାରେ ଭୌତିକ ରୂପରେ ପ୍ରଦାନ କରାଯିବ।ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୌଣସି ଅଭିଯୋଗକୁ ଏହାର ସ୍ୱରୂପ, ଭାଷା, ଦାଖଲ କରିବାର ପଦ୍ଧତି କିମ୍ବା କୌଣସି ପ୍ରକ୍ରିୟାଗତ ତ୍ରୁଟି ଆଧାରରେ ପଞ୍ଜୀକରଣ କରିବାକୁ ମନା କରାଯାଇପାରିବ ନାହିଁ। ଏହି ବ୍ୟବସ୍ଥା ସୁନିଶ୍ଚିତ କରେ ଯେ ନାଗରିକମାନେ ପ୍ରକ୍ରିୟାଗତ ଆବଶ୍ୟକତାଗୁଡ଼ିକ ଦ୍ୱାରା ବାଧାପ୍ରାପ୍ତ ନ ହୋଇ ଅଭିଯୋଗ ନିବାରଣ ବ୍ୟବସ୍ଥାର ସୁଯୋଗ ନେଇପାରିବେ।ତଦନ୍ତ ଏବଂ ସମାଧାନ ପାଇଁ ନିର୍ଦ୍ଦିଷ୍ଟ ସମୟସୀମାନିୟମ ଅଭିଯୋଗର ତୁରନ୍ତ ପରୀକ୍ଷା ଏବଂ ସମାଧାନ ସୁନିଶ୍ଚିତ କରିବା ପାଇଁ ସ୍ପଷ୍ଟ ସମୟସୀମା ଧାର୍ଯ୍ୟ କରେ। ନିଯୁକ୍ତ ଅଭିଯୋଗ ନିବାରଣ ଅଧିକାରୀଙ୍କୁ ପ୍ରତ୍ୟେକ ପଞ୍ଜୀକୃତ ଅଭିଯୋଗର ଯାଞ୍ଚ କରିବାକୁ ଏବଂ ଆବଶ୍ୟକ ଅନୁସନ୍ଧାନ କରିବାକୁ ହେବ। ଏହି ଉଦ୍ଦେଶ୍ୟରେ, ଅଧିକାରୀ ଜଣକ ସମ୍ପୃକ୍ତ କର୍ତ୍ତୃପକ୍ଷ କିମ୍ବା କର୍ମକର୍ତ୍ତାମାନଙ୍କ ନିକଟରୁ ପ୍ରାସଙ୍ଗିକ ରେକର୍ଡ, ରେଜିଷ୍ଟର, ଦସ୍ତାବିଜ, ରିପୋର୍ଟ, ଇଲେକ୍ଟ୍ରୋନିକ୍ ତଥ୍ୟ କିମ୍ବା ଅନ୍ୟାନ୍ୟ ସୂଚନା ମାଗିପାରନ୍ତି।ଯେଉଁଠାରେ ଆବଶ୍ୟକ, ଅଭିଯୋଗର ସମାଧାନ କରିବା ପୂର୍ବରୁ ଅଭିଯୋଗକାରୀଙ୍କୁ ବ୍ୟକ୍ତିଗତ ଭାବେ କିମ୍ବା ଇଲେକ୍ଟ୍ରୋନିକ୍ ମାଧ୍ୟମରେ ନିଜର ପକ୍ଷ ରଖିବା ପାଇଁ ଏକ ଯୁକ୍ତିଯୁକ୍ତ ସୁଯୋଗ ପ୍ରଦାନ କରାଯିବ।ଅଭିଯୋଗର ତଦନ୍ତ ଗ୍ରହଣ ତାରିଖରୁ ସାତଟି କାର୍ଯ୍ୟ ଦିବସ ମଧ୍ୟରେ ସମାପ୍ତ କରାଯିବା ଆବଶ୍ୟକ। ତଦନ୍ତ ସମାପ୍ତ ହେବା ପରେ, ଅଭିଯୋଗ ନିବାରଣ ଅଧିକାରୀ ତଦନ୍ତର ଫଳାଫଳକୁ ଲିପିବଦ୍ଧ କରିବେ ଏବଂ ଆଇନ ଓ ନିୟମାବଳୀ ଅନୁଯାୟୀ ଉପଯୁକ୍ତ ସୁଧାରମୂଳକ କିମ୍ବା ପ୍ରତିକାରାତ୍ମକ ପଦକ୍ଷେପ ନିଜେ ଗ୍ରହଣ କରିବେ କିମ୍ବା ଗ୍ରହଣ କରାଇବେ। ଅଭିଯୋଗ ଗ୍ରହଣ ତାରିଖରୁ ୧୫ ଦିନ ମଧ୍ୟରେ ସମାଧାନ କରାଯିବା ଆବଶ୍ୟକ।ନିର୍ଣ୍ଣୟ ଏବଂ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦିଷ୍ଟ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମିରେ ରେକର୍ଡ କରାଯିବ ଏବଂ ଅଭିଯୋଗକାରୀଙ୍କୁ ଜଣାଇ ଦିଆଯିବ। ଯେଉଁଠାରେ ଅଭିଯୋଗ ଭୌତିକ ରୂପରେ ଗ୍ରହଣ କରାଯାଇଛି, ତାହାର ଫଳାଫଳ ଏବଂ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ମଧ୍ୟ ଭୌତିକ ରୂପରେ ଅଭିଯୋଗକାରୀଙ୍କୁ ଜଣାଇ ଦିଆଯିବ।ଡିଜିଟାଲ୍ ମାଧ୍ୟମରେ ଟ୍ରାକ୍ କରିବା ଏବଂ ସମାଧାନ ହୋଇନଥିବା ଅଭିଯୋଗଗୁଡ଼ିକୁ ଉଚ୍ଚ ସ୍ତରକୁ ପଠାଇବାନିର୍ଦ୍ଧାରିତ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଅଭିଯୋଗ ପଞ୍ଜୀକରଣ ଠାରୁ ଆରମ୍ଭ କରି ଚୂଡ଼ାନ୍ତ ସମାଧାନ ପର୍ଯ୍ୟନ୍ତ, ସେଗୁଡ଼ିକର ସମ୍ପୂର୍ଣ୍ଣ ଟ୍ରାକିଂ ବା ଅନୁସରଣକୁ ସୁଗମ କରିବ। ଏହା ତଦନ୍ତ, ସାର୍ବଜନୀନ ଭିତ୍ତିଭୂମି ଏବଂ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ଇଲେକ୍ଟ୍ରୋନିକ୍ ରେକର୍ଡିଂକୁ ମଧ୍ୟ ସକ୍ଷମ କରିବ, ଯାହା ଅଭିଯୋଗ ପ୍ରତିକାର ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଦାୟିତ୍ୱକୁ ସୁଦୃଢ଼ କରିବ।ଯଦି କୌଣସି ଅଭିଯୋଗ ନିର୍ଦ୍ଧାରିତ ୧୫ ଦିନ ମଧ୍ୟରେ ସମାଧାନ ନ ହୁଏ, ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ଅଭିଯୋଗ ନିବାରଣ ବ୍ୟବସ୍ଥା ମାଧ୍ୟମରେ ଏହାକୁ ପରବର୍ତ୍ତୀ ଉଚ୍ଚ ସ୍ତରକୁ ପଠାଇ ଦିଆଯିବ। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଥିବା ଅଭିଯୋଗକୁ ସେମାନେ ଯାଞ୍ଚ କରିବେ ଏବଂ ଏହାର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ। ଏପରି ଅଭିଯୋଗଗୁଡ଼ିକର ସମାଧାନ ନହେବା ପର୍ଯ୍ୟନ୍ତ ଇଲେକ୍ଟ୍ରୋନିକ୍ ଭାବରେ ତଦାରଖ ଜାରି ରହିବ।ଆବେଦନ ପାଇଁ ବ୍ୟବସ୍ଥାଏହି ନିୟମାବଳୀରେ ଅଭିଯୋଗ ନିବାରଣ ବ୍ୟବସ୍ଥା ଅଧୀନରେ ଜାରି କରାଯାଇଥିବା ଆଦେଶ ବିରୁଦ୍ଧରେ ଅପିଲ୍ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ଭିବି-ଜି ରାମ ଜି ଆଇନ, ୨୦୨୫ ର ଅନୁସୂଚୀ-୧ ଅନୁଯାୟୀ ଏହି ପ୍ରକାରର ଅପିଲ ଦାଖଲ ଏବଂ ସମାଧାନ କରାଯିବ।ଏହି ନିୟମ ମାଧ୍ୟମରେ, ସରକାର ଭିବି-ଜି ରାମ ଜି ଅଧୀନରେ ଏକ ନାଗରିକ-କେନ୍ଦ୍ରିକ, ସୁଗମ ଏବଂ ସମୟସୀମାବଦ୍ଧ ଅଭିଯୋଗ ସମାଧାନ ଢାଞ୍ଚାକୁ ସଂସ୍ଥାଗତ କରିବାକୁ ଚେଷ୍ଟା କରନ୍ତି। ବହୁସ୍ତରୀୟ ସଂସ୍ଥାଗତ ବ୍ୟବସ୍ଥା, ଅଭିଯୋଗ ଦାଖଲ ପାଇଁ ବହୁବିଧ ଚ୍ୟାନେଲ, ବାଧ୍ୟତାମୂଳକ ପଞ୍ଜୀକରଣ, ନିର୍ଦ୍ଦିଷ୍ଟ ସମୟସୀମା, ଡିଜିଟାଲ୍ ଟ୍ରାକିଂ ଏବଂ ସମାଧାନ ନହୋଇଥିବା ଅଭିଯୋଗ ଉଚ୍ଚ ସ୍ତରକୁ ପଠାଯିବା ପ୍ରଶାସନିକ ଦାୟିତ୍ୱକୁ ସୁଦୃଢ଼ କରିବ ଏବଂ ଯୋଜନାର କାର୍ଯ୍ୟାନ୍ୱୟନର ପ୍ରତିକ୍ରିୟାଶୀଳତାକୁ ଉନ୍ନତ କରିବ ବୋଲି ଆଶା କରାଯାଉଛି।ଏହି ବିଜ୍ଞପ୍ତିଟି ଭିବି-ଜି ରାମ ଜି କାର୍ଯ୍ୟାନ୍ୱୟନ ସମ୍ପର୍କିତ ଅଭିଯୋଗଗୁଡ଼ିକୁ ବ୍ୟବସ୍ଥିତ, ସ୍ୱଚ୍ଛ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଦ୍ୱାରା ଯୋଜନା ଅଧୀନରେ ଗ୍ରାମୀଣ ପରିବାରର ଅଧିକାର ଏବଂ ହକ୍ କୁ ସୁଦୃଢ଼ କରାଯିବ।

Leave a Reply

Your email address will not be published. Required fields are marked *